ଦେଶରେ ୯୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା , ୨୪ ଘଣ୍ଟାରେ ୧୦୮୫ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୦୧୦ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୦୮୫ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।
ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୦ ହଜାର ୦୨୦ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୬୮ହଜାର ୩୭୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୫ ଲକ୍ଷ ୮୭ ହଜାର ୬୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।