ଭାରତରୁ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍; ଟାର୍ଗେଟରେ ପବଜି !
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତ ସରକାର ସୋମବାର ଟିକଟକ୍ ଲାଇଟ୍, ହେଲୋ ଲାଇଟ୍, ଶେୟାରଇଟ୍ ଲାଇଟ୍ ବିଗୋ ଲାଇଟ୍ ଓ ଭିଏଫୱାଇ ଭଳି ଆଉ ୪୭ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ପୂର୍ବରୁ ସରକାର ୫୯ଟି ଅପକୁ ବ୍ୟାନ୍ କରିଥିଲେ ।
ନ୍ୟୁଜ୍ ଏଜେନ୍ସି ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ୪୭ଟି ଆପ୍ ପୂର୍ବରୁ ବ୍ୟାନ୍ ହୋଇଥିବା ୫୯ଟି ଆପର ବିକଳ୍ପ ଭାବେ କାର୍ଯ୍ୟ କରୁଥିଲେ । ଭାରତର ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ସରକାର ଯାଞ୍ଚ ଆରମ୍ଭ କରିଛନ୍ତି ।
ଏହି ୪୭ ଆପକୁ ମିଶାଇ ସରକାରଙ୍କ ପକ୍ଷରୁ ମୋଟ୍ ୧୦୬ଟି ଆପକୁ ବ୍ୟାନ୍ କରାଯାଇଛି ।
ଏହାଛଡା ସରକାରଙ୍କ ଟାର୍ଗେଟରେ ରହିଛି ପ୍ରାୟ ୨୫୦ରୁ ଅଧିକ ଚାଇନିଜ୍ ଆପ୍ । ଯେଉଁଥିରେ ଲୋକପ୍ରିୟ ଗେମ୍ ପବଜି, ଆଲିବାବା, ବାଇଟ୍ ଡାନ୍ସ ଓ ସାଓମି ରହିଛନ୍ତି ।ଯଦି ଜାତୀୟ ସୁରକ୍ଷା ପ୍ରତି ଏଗୁଡିକ ବିପଦ ସୃଷ୍ଟି କରୁଥିବେ ତାହେଲେ ଏହା ଉପରେ ରୋକ୍ ଲଗାଯିବ ବୋଲି ଜଣାପଡିଛି ।
ପୂର୍ବରୁ ବ୍ୟାନ୍ ହୋଇଥିବା ଚାଇନିଜ୍ ଆପ୍ ଗୁଡିକ ମଧ୍ୟରେ ସେୟାର ଇଟ୍, ହେଲୋ, ୱିଇ ଚାଟ୍, ବିଉଟି ପ୍ଲସ୍, ଭିଗୋ ଭିଡିଓ, କ୍ୟାମ୍ ସ୍କାନର, କ୍ଲିନ୍ ମାଷ୍ଟର, ଭିଭା ଭିଡିଓ, କ୍ଲବ ଫ୍ୟାକ୍ଟ୍ରି, ଲାଇକି , ୟୁସି ବ୍ରାଉଜର, ଶେଇନ୍, କ୍ଲାଶ୍ ଅଫ୍ କିଙ୍ଗସ୍, ଏମ୍ଆଇ କମ୍ୟୁନିଟି, ସିଏମ୍ ବ୍ରାଉଜର, ଭାଇରସ୍ କ୍ଲିନର, ଆପସ୍ ବ୍ରାଉଜର, ରୋମି, କ୍ଲବ୍ ଫ୍ୟାକ୍ଟ୍ରି, ନ୍ୟୁଜ୍ ଡଗ୍, ୟୁସି ନ୍ୟୁଜ୍, ଜେଣ୍ଡର, ୱିବୋ, କ୍ୟୁକ୍ୟୁ ମେଲ୍, କ୍ୟୁକ୍ୟୁ ମ୍ୟୁଜିକ୍ଳ ବିଗୋ ଲାଇଭ୍, କ୍ୟୁକ୍ୟୁ ନ୍ୟୁଜ୍ଫିଡ୍, ସେଲଫି ସିଟି, ମେଲ୍ ମାଷ୍ଟର, ପାରାଲାଲ୍ ସ୍ପେସ୍, ଏମ୍ଆଇ ଭିଡିଓ କଲ୍, ୱି ସିଙ୍କ୍, ଭିଗୋ ଭିଡିଓ, ଭଲ୍ଟ ହାଇଡ୍, କ୍ୟାମ୍ ସ୍କାନର, ୱି ମିଟ୍, ଡିୟୁ କ୍ଲିନର ରହିଥିଲା ।
କରୋନାଭାଇରସ୍ ଓ ଲକଡାଉନ୍ ଯୋଗୁଁ ଅନେକ ପ୍ରଫେସନାଲ୍ ୱାର୍କରେ ପରିବର୍ତ୍ତନ ଦେଖାଦେଇଛି । ଏଭଳି ସମୟରେ ସରକାରଙ୍କ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ଭାରତୀୟ ଷ୍ଟାର୍ଟଅପ୍ ଜଗତକୁ ଏକ ନୂଆ ସୁଯୋଗ ମିଳିପାରେ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।