ପୂର୍ବ ଲଦାଖର ଗୋଗରା ଅଞ୍ଚଳରୁ ହଟିଲେ ଭାରତ ଏବଂ ଚୀନ୍ ସେନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍‌ ମଧ୍ୟରେ ଏବେବି ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ଦୁଇ ଦେଶ ପୂର୍ବ ଲଦାଖର ଗୋଗ୍ରା ହାଇଟ୍‌ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିବା ବେଳେ ଆଜି ସୈନ୍ୟଙ୍କୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି । ଗତ ସପ୍ତାହରେ ବସିଥିବା ୧୨ତମ କମାଣ୍ଡର୍‌ ସ୍ତରୀୟ ବୈଠକରେ ମିଳିତ ଭାବେ ପ୍ରସ୍ତାବ ପାରିତ ହୋଇଥିଲା ।  ଚୀନ୍‌ ସୀମା ଲାଇନ୍‌ ଅଫ୍ ଆକ୍ଚ୍ୟୁାଲ୍‌ କଣ୍ଟ୍ରୋଲ୍‌ର ମୋଲ୍ଡୋ ଠାରେ ଏହି ବୈଠକ ବସିଥିଲା । ପୂର୍ବ ଲଦାଖର ପେଟ୍ରୋଲ୍‌ ପଏଣ୍ଟ୍‌ ୧୭ଏ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହର କରାଯାଇଛି । ଏହି ସ୍ଥାନକୁ ନେଇ ଗତ ଏକ ବର୍ଷରୁ ଅଧିକ ସମୟ ହେବ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା ।

ଉକ୍ତ ଅଞ୍ଚଳରେ ଦୁଇ ଦେଶ ଗଢ଼ିଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଚିହ୍ନଟ କରାଯାଇଛି । ଦୁଇ ପକ୍ଷର ମିଳିତ ପ୍ରୟାସରେ ଏବଂ ଉଭୟଙ୍କ ସହମତିରେ କରାଯାଇଥିବା ନିର୍ମାଣକୁ ଭଙ୍ଗାଯାଇଛି । ପ୍ରି-ଷ୍ଟାଣ୍ଡ୍‌ ଅଫ୍‌ ପରିୟଡରେ ପୂର୍ବରୁ ରହିଥିବା ସ୍ଥିତି ଅନୁସାରେ ଏହି ସ୍ଥାନକୁ ଛାଡ଼ି ଦିଆଯାଇଥିବା ଭାରତୀୟ ସ୍ଥଳସେନା ପକ୍ଷରୁ ଜାରି ହୋଇଥିବା ଷ୍ଟେଟ୍‌ମେଣ୍ଟ୍‌ରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *