ସ୍ୱତନ୍ତ୍ରତା ଦିବସକୁ ନଜରରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ୭୫ ତମ ସ୍ୱତନ୍ତ୍ରତା ଦିବସ ୧୫ ଅଗଷ୍ଟ ପୂର୍ବରୁ ଆତଙ୍କବାଦୀ ଦେଇଥିବା ଧମକକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବା ପାଇଁ ଧମକ ଦିଆଯାଇଥିଲା। ଦିଲ୍ଲୀ,ପଞ୍ଜାବ ଭଳି କେତେକ ଐତିହାସିକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ତଲାସି ଅଭିଯାନ ଜାରି ରହିଛି। ଲୋକଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *