ମୁଖ ଦୁର୍ଗନ୍ଧ ଦୂର କରେ ସ୍ୱାସ୍ଥ୍ୟପ୍ରଦ ଗୁଜୁରାତି

ଭୁବନେଶ୍ୱର,(ଓଡିଶା ଟାଇମ୍‌): ଗୁଜୁରାତି ଯେ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ, ତାନୁହେଁ ଏହା ସ୍ୱାସ୍ଥ୍ୟପ୍ରଦ ମଧ୍ୟ ହୋଇଥାଏ । ଏହା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଯାଏ । ଏହାକୁ ଘରେ ଚା’ରେ କିମ୍ବା ମସଲା ଭାବେ ବ୍ୟବହାର କରାଯାଇଥାଏ । ଏହାକୁ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆସନ୍ତୁ ଜାଣିବା ଗୁଜୁରାତିରେ କି ଗୁଣ ଭରି ରହିଛି ।

ଆୟୁର୍ବେଦ ଅନୁସାରେ ଶରୀରକୁ ଉଷ୍ମତା ଦେବା ପାଇଁ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହା ଶୀତ ଦିନେ ଶରୀରକୁ ଉଷ୍ମତା ଦେବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।

ଗୁଜୁରାତିରେ ବହୁ ଔଷଧୀୟ ଗୁଣ ଭରି ରହିଛି । ଆପଣ ଏହାକୁ ନିୟମିତ ଚା’ ପିଇବା ସମୟରେ ବ୍ୟବହାର କରନ୍ତୁ । ଏହା ଶରୀରରୁ କୋଲେଷ୍ଟରଲ ସମସ୍ୟା ଦୂର କରିବାରେ ସହାୟକ ହେବ ।
ମୁହଁରେ ବ୍ରଣ ସମସ୍ୟା ଥିଲେ ଆପଣ ଗୁଜୁରାତିକୁ ଲଗାଇପାରିବେ । ଗୁଜୁରାତିକୁ ଭଲଭାବେ ଗୁଣ୍ଡ କରି ଏହାର ପେଷ୍ଟକୁ ବ୍ରଣରେ ଲଗାଇଲେ ବ୍ରଣରୁ ସାମାନ୍ୟ ଉପଶମ ମିଳିପାରିବ ।

ଗୁଜୁରାତି ଏକ ଭଲ ମାଉଥ ଫ୍ରେସନର୍ ଭାବେ କାର୍ଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁ ଗନ୍ଧକୁ ଦୂର କରିଥାଏ । ଯଦି ଆପଣଙ୍କ ମୁହଁ ଦୂର୍ଗନ୍ଧ ହେଉଥାଏ, ତେବେ ଆପଣ ସବୁବେଳେ ଗୁଜୁରାତି ଖାଇପାରନ୍ତି ।

ଗଳା ଦରଜ କିମ୍ବା କାଶ ହେଉଥିଲେ ଆପଣ ଗରମ ପାଣି ସହିତ କିଛି ଗୁଜୁରାତି, ଲବଙ୍ଗ ଓ କିଛି ତୁଳସୀ ପକାଇ ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ପାଚନତନ୍ତ୍ରରେ କିଛି ସମସ୍ୟା ରହିଥିଲେ ପ୍ରତିଦିନ ଗୁଜୁରାତି ସେବନ କରନ୍ତୁ । ଏହାଦ୍ୱାରା ପାଚକତନ୍ତ୍ର ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ପାଟି ଭିତରେ କିମ୍ବା ଓଠରେ ବେଳେ ବେଳେ ତୁଣ୍ଡ ଘା’ ଭଳି ସମସ୍ୟା ଦେଖାଦେଇଥାଏ । ଯାହାଫଳରେ ଠିକ୍ ସେ ଖାଇ ହୁଏନି କି କିଛି ପିଇବି ହୁଏନି । ଏଭଳି ସମସ୍ୟା ହେଉଥିଲେ ଗୁଜୁରାତି ସେବନ କରନ୍ତୁ ସୁଫଳ ମିଳିବ ।

ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ଗୁଜୁରାତି ଖାଇ କିଛି ଗରମ ପାଣି ପିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କର କୋଷ୍ଠ କାଠିନ୍ୟ ଭଳି ସମସ୍ୟାରୁ ଉପଶମ ମିଳିପାରିବ ।

Leave a Reply

Your email address will not be published. Required fields are marked *