୨୪ ଘଣ୍ଟାରେ ଭୁବନେଶ୍ଵରରୁ ଚିହ୍ନଟ ହେଲେ ୩୨୫ ନୂତନ ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଏଠାରୁ ପ୍ରତି ଦିନ ଶହ ଶହ ସଂଖ୍ୟାରେ ନୂତନ ରୋଗୀ ଚିହ୍ନଟ ହେଉଛନ୍ତି। ସେହି ଅନୁସାରେ ସୁସ୍ଥ ମଧ୍ୟ ହେଉଛନ୍ତି। ଆଶ୍ଵସ୍ତିକର କଥା ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ୩୨୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ସମାନ ସମୟରେ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଏହାର ସୂଚନା ଦେଇଛି।
ସବୁଠୁ ବଡ କଥା ରାଜଧାନୀରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ମାମଲା ଅଧିକ ବଢିବାରେ ଲାଗିଛି। ସଙ୍ଗରୋଧ କେନ୍ଦ୍ରରୁ ଯେତିକି ରୋଗୀ ବାହାରୁ ନାହାନ୍ତି ତାଠୁ ଅନେକ ଗୁଣ ଅଧିକ ସ୍ଥାନୀୟ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୨୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୧୮ ରହିଛି। ଏଥିରୁ ଜଣା ପଡୁଛି ରାଜଧାନୀରେ ଦିନକୁ ଦିନ କେମିତି ସ୍ଥାନୀୟ ସଂକ୍ରମଣ କେସ୍ ବଢିବାରେ ଲାଗିଛି। ଅନ୍ୟପଟେ ଆଶ୍ଵସ୍ତିକର କଥା ଗତ ୨୪ ଘଣ୍ଟାରେ ସମୟରେ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ଥିବା ବିମଏସିକୁ ଆଶ୍ଵସ୍ତି କରିଛି।