ଓଡ଼ିଶାରେ କାହିଁକି ବ୍ୟାପୁନି କରୋନା: ଭୁତାଣୁର ହେବ ପରୀକ୍ଷା ନିରୀକ୍ଷା

ଭୁବନେଶ୍ଵର,  (ଓଡ଼ିଶା ଟାଇମ୍‌): ସାରା ଦେଶରେ କରୋନା ଭୁତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ କାହିଁକି ଆଜି ଯାଏ ଭୁତାଣୁର ପ୍ରକୋପ ଦେଖିବାକୁ ମିଳୁ ନାହିଁ। ଉଭୟ ସଂକ୍ରମଣ ଓ ତଦ୍‌ଜନିତ ମୃତୃ ହାର ଜାତୀୟ ହାରଠାରୁ ଏଠାରେ କାହିଁକି କମ୍‌? ପୁଣି ସୁସ୍ଥ ହୋଇ ଫେରୁଥିବା ଲୋକଙ୍କ ହାର କେମିତି ବଢ଼ୁଛି? ଏସବୁ ପ୍ରଶ୍ନର ମୂଳରେ ରାଜ୍ୟ ସରକାରଙ୍କ କଠୋର ଅବରୋଧ ନୀତି ପ୍ରଶଂସାର ପାତ୍ର ହେବ ନା ଏଠାରେ ଭୁତାଣୁ ସଂକ୍ରମଣ ପଥରେ କିଏ ବାଧକ ହେଉଛି? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଏବେ ବୈଜ୍ଞାନିକ ଅନୁଶୀଳନ ଆରମ୍ଭ ହେବାକୁ ଯାଉଛି। ଏଥିଲାଗି ଭୁବନେଶ୍ଵରରେ ଥିବା  ଜୀବନ ବିଜ୍ଞାନ ପ୍ରତିଷ୍ଠାନ ( ଆଇଏଲ୍‌ଏସ୍‌) ନିଜସ୍ଵ ଗବେଷଣା କରିବାକୁ ଯାଉଥିବା ସଂସ୍ଥାର ନିର୍ଦେଶକ ଡ. ଅଜୟ ପରିଡ଼ା କହିଛନ୍ତି।

  ଡ. ପରିଡ଼ା କହିଛନ୍ତି, ଓଡ଼ିଶାକୁ କେଉଁ ଭାଇରସ ଆସିଛି ତାହାର ଜେନେଟିକ ଗବେଷଣା ଆରମ୍ଭ ହୋଇଛି। ୧୪୫ ଟି କରୋନା ରୋଗୀଙ୍କ ଶରୀରରୁ ଭୁତାଣୁର ନମୁନା ନିଆଯାଇଚି। ଏହାକୁ ଉଭୟ  ILS ଓ RMRC ଗବେଷଣା କରୁଛନ୍ତି।  ଆସନ୍ତା ଦୁଇ ସପ୍ତାହ ଭିତରେ ରିପୋର୍ଟ ଆସିବ । ତାପରେ ଜଣାପଡ଼ିବ ଭାଇରସ କେଉଁଠୁ ଆସିଛି ଓ  ଏହା କେଉଁ ବର୍ଗର କେତେ ଶକ୍ତିଶାଳୀ ଭୁତାଣୁ।

ଓଡ଼ିଶାରେ ଗୋଷ୍ଠୀ ସହକ୍ରମଣ ନେଇ ଯେଉଁ ଚର୍ଚା ହେଉଛି ତାହାକୁ ଖଣ୍ଡନ କରିଛନ୍ତି ଡା ପରିଡ଼ା। ସେ କହିଛନ୍ତି ଯେଉ ସ୍ଥାନୀୟ ସଂକ୍ରମଣ କଥା କହୁଛନ୍ତି ତାହା ସଂଗରୋଧ କେନ୍ଦ୍ର ସଂସ୍ପର୍ଶରେ ଆସିବା ପରେ ହୋଇଛି। ଏଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଭୁଲ୍‌।

ସେହିପରି ବର୍ଷ ଓ ମୌସୁମୀ ବାୟୁ ପ୍ରଭାବ କରୋନା ସଂକ୍ରମଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଏଣୁ କେବଳ ସଚେତନା ଓ ସାମାଜିକ ଦୂରତ୍ଵ ରକ୍ଷା ଦ୍ଵାରା ହିଁ କରୋନା ଭୁତାଣୁ ସଂକ୍ରମଣକୁ ରୋକାଯାଇପାରିବ। କେଭିଡ୍‌ ଏବେ ଆମ ପାଖରୁ ହଟିବା ସମ୍ଭାବନା ନାହିଁ । ଏଣୁ କେବଳ ସତର୍କତା ହିଁ ସଂକ୍ରମଣକୁ ଅବରୋଧ କରିପାରିବ।

Leave a Reply

Your email address will not be published.