ଓଡିଶାରୁ ବାହାରିନି ଓମିକ୍ରନ୍‌ ଭାରିଆଣ୍ଟ, ଜେନମ୍‌ ସିକ୍ୟୁଏନ୍ସି ପାଇଁ ଯାଇଛି ୨୪୬ ନମୁନା

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶାରେ ବାହାରିନି ଓମିକ୍ରନ୍ । ଜେନମ୍‌ ସିକ୍ୟୁଏନ୍ସିରୁ ଓଡିଶାରୁ ବାହାରିନି ଓମିକ୍ରନ୍‌ । ଏନେଇ ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ନଭେମ୍ବର ମାସରେ ୧୪୧ ଜଣ ବିଦେଶ ଫେରନ୍ତାଙ୍କ ଜେନମ୍‌  ସିକ୍ୟୁଏନ୍ସି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ବି ଓମିକ୍ରନ୍‌ ଭାରିଆଣ୍ଟ ଥିବା ଜଣାପଡିନାହିଁ । ସେହିପରି ନଭେମ୍ବର ୨୪ ପରଠାରୁ ବର୍ତ୍ତମାନ ସୁଦ୍ଧା ୨୪୬ଜଣଙ୍କ ନମୁନା ଜେନମ୍‌ ସିକ୍ୟୁଏନ୍ସି ପାଇଁ ଯାଇଛି । ଏମାନଙ୍କ ରିପୋର୍ଟ ଗୁରୁବାର ସୁଦ୍ଧା ସ୍ପଷ୍ଟ ହୋଇପାରିବ । ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ।

Leave a Reply

Your email address will not be published.