ତିନି ଦିନରେ ୩୫ କ୍ରସର ଭାଙ୍ଗିଲା ପ୍ରଶାସନ , ୪୬କ୍ରସର ସିଲ
ଯାଜପୁର, ( ଓଡିଶା ଟାଇମ୍) : ଧର୍ମଶାଳା ତହସିଲ୍ଲ୍ ଅଞ୍ଚଳରେ ବ୍ୟାପକ ଭାବେ ହେଉଥିବା ବେଆଇନ୍ କଳାପଥର ଖନନ ଓ ଚୋରା ଚାଲାଣ ଉପରେ ଲଗାମ୍ ଦେବା ପାଇଁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଣ୍ଟା ଭିଡ଼ିଛନ୍ତି ! ପ୍ରଥମ ପଦକ୍ଷେପ ସ୍ବରୂପ ପରିବେଶ ଆଇନକୁ ଉଲଂଘନ କରି ଓ ଚୋରା କଳାପଥର ପେଡ଼ି ବେଆଇନ୍ ଭାବେ ଏହି ତହସିଲ୍ ଅଞ୍ଚଳରେ ଚାଲୁଥିବା ୨୭୫ଗୋଟି ପଥର ଭଙ୍ଗା କ୍ରସରକୁ ୧୫ଦିନ ମଧ୍ୟରେ ବନ୍ଦ କରିବା ପାଇଁ ଯେଉଁ କଡ଼ା ଆଦେଶ ଦେଇଥିଲେ ତାହାକୁ କାର୍ଯକାରୀ କରିବାପାଇଁ ଜିଲ୍ଲା ପ୍ରସାଶନ ଯୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ! ଫଳସ୍ବରୁପ ଗତ୨,୩,୪ତାରିଖ ତିନି ଦିନ ଧରି ଲଗାତାର ଭାବେ ୮୪କ୍ରସର ଏକ ପ୍ରକାର ବନ୍ଦ କରାଯାଇ ସାରିଲାଣି !
ଏହି ୮୪ କ୍ରସର ମଧ୍ୟରୁ ୩୫ଟି କ୍ରସର ଭଙ୍ଗା ଯାଇଥିବା ବେଳେ ୪୬ଟି କ୍ରସର କୁ ସିଲ କରାଯାଇଛି ! ତଥ୍ଯ ସଂଗ୍ରହ ଚାଲିଛି କେବଳ ଧର୍ମଶାଳା ନୁହଁ ବାକି ଅଞ୍ଚଳରେ ମଧ୍ୟ ବେଆଇନ୍ ଭାବେ ଚାଲୁଥିବା କ୍ରସର୍ ଗୁଡିକୁ ବନ୍ଦ କରାଯିବ ! ଯଦି ଶ୍ରୀ ରାଠୋର ମାତ୍ର ଦୁଇ ମାସ ହେବ ଜିଲ୍ଲାପାଳ ଭାବେ ଯୋଗ ଦେବା ଭିତରେ ତାଙ୍କୁ ଏଭଳି ବେଆଇନ୍ କାର୍ଯ୍ୟ ବ୍ୟଥିତ କରିବା ପରେ ସେ ଆଜି ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇ ପାରିଲେ ତେବେ ଜିଲ୍ଲାରେ ବର୍ଷ ବର୍ଷ ଧରି ରାଜୁତି କରି ନୁଖୁରା ମୁହଁ ଫୁଟାଣି ମାରି ବିଦା ହୋଇଥିବା ଅଧିକାରୀମାନେ ଏଭଳି ବେଆଇନ୍ କାର୍ଯ୍ୟକୁ ପ୍ରତିହତ ନ କରି ଚାଲୁ ରଖିବାକୁ କାହିଁକି ଓ କାହା ସ୍ବାର୍ଥରେ ନିରବତା ଅବଲମ୍ବନ କରି ଆସିଥିଲେ ଏବଂ ସରକାରଙ୍କ ରାଜସ୍ବ ହାନି ଘଟାଉ ଥିଲେ ?
ଏଠି ବନ ବିଭାଗ,ପରିବେଷ ବିଭାଗ,ରାଜସ୍ବ ବିଭାଗ ଏବଂ ପରିବହନ ବିଭାଗଙ୍କ ମିଳିତ ସଲାସୁତୁରାରେ ବ୍ୟପକ କଳାପଥର ଦିନରାତ ହରିଲୁଟ ହେଉଥିବା ବେଳେ ଦଣ୍ଡ ବିଧାନ କେବଳ ଯୋରିମନା,ଡ୍ରାଇଭର ଗିରଫ ରେ ସିମିତ ରହିଯାଇଛି ଯାହା ମାଫିଆଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନଥିବା ବେଳେ କେବଳ ଗାଡି ମାଲିକ ତଣ୍ଡ ଗଣି ହତାଶ ହେଉଛି ! ଅତିତରେ ବହୁବାର ଏଭଳି କ୍ରସର ଉଚ୍ଛେଦ ପ୍ରକ୍ରିୟା ହୋଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଯଥା ପୂର୍ବଂ ତଥା ପରଂ ଭଳି କ୍ରସର ଚାଲିଥାଏ ! ଏବେ କଳା ପଥର ହରିଲୁଟ୍ ର ମୂଖ୍ୟ ଉତ୍ସ ବେଆଇନ କ୍ରସର ସଂପୂର୍ଣ୍ଣ ବନ୍ଦ ହେଉଛି ନା ଆଇନ କୁ ଆଖିଠାର ମାରି ପନର୍ବାର ଚାଲୁଛି ତାହା ଦେଖିବାର କଥା !