ରାଜଧାନୀରୁ ପୁଣି ଜବତ ହେଲା ଚୋରା ମଦ,୨ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରୁ ପୁଣି ଜବତ ହେଲା ଚୋରା ମଦ । ଭୁବନେଶ୍ୱର ସହୀଦନଗର ଥାନା ପୋଲିସ ଚୋରା ବିଦେଶୀ ମଦ ଜବତ କରିଛି । ଏହି ଘଟଣାରେ ୨ ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ବୋଲେରୋ ଗାଡି ଜବତ କରିଛି ପୋଲିସ ।

ସୂଚନାନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱରରୁ ଚୋରୋ ମଦ ଜବତ କରିଛି ପୋଲିସ । ଚୋରା ମଦ ନେଇ ବେପାରି ବାହାର ରାଜ୍ୟକୁ ଯାଉଥିବା ଖବର ପାଇଥିଲା ପୋଲିସ । ବାହାର ରାଜ୍ୟକୁ ମଦ ନେଇ ଯାଉଥିବା ସମୟରେ ପୋଲିସ ଟିମ ଅଚାନକ ଚଢାଉ କରିଥିଲା । ଚଢାଉ ସମୟରେ ୯୦ ଲିଟର ବିଦେଶୀ ମଦ ସମେତ ୨ ଜଣ ବେପାରିଙ୍କୁ କାବୁ କରିଥିଲା । ଆଉ ଘଟଣାସ୍ଥଳରୁ ଗୋଟିଏ ବୋଲେରୋ ଗାଡି ପୋଲିସ ଜବତ କରିଛି । ତେବେ ଏହି ଦୁଇ ବେପାରି ଦୀର୍ଘ ଦିନ ହେଲା ରାଜ୍ୟ ବାହାରକୁ ଚୋରା ମଦ ସପ୍ଲାଏ କରୁଥିବା ବେଳେ ପୋଲିସ କିଛି ବି ସୁରାଖ ପାଇ ନ ଥିଲା । ହେଲେ ଆଜି ସୁରାଖ ପାଇବା ପରେ ଅଚାନକ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ମଦ,ଗାଡି ଜବତ କରିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Leave a Reply

Your email address will not be published.