ବେଆଇନ ବାଣ ଗୋଦାମରେ ଚଢଉ: ୬ଲକ୍ଷ ଟଙ୍କାର ବାଣ ଜବତ
ନିମାପଡା, (ଓଡିଶା ଟାଇମ୍): ଜବତ ଦେଲା ଗଦା ଗଦା ବାଣ । ବିଶେଷ ସୂତ୍ରରୁ ଖବର ପାଇ ପୁରୀ ଜିଲ୍ଲା ଏସପି କେ. ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ପୋଲିସ ପକ୍ଷରୁ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ, ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅଚାନକ ଚଢାଉ କରିଥିଲେ I ସେଠାରେ ରଖାଯାଇଥିବା ବିପୁଳ ପରିମାଣର ବାଣ ଯାହା ଦୀପାବଳୀରେ ବିକ୍ରି ଉଦ୍ଦେଶ୍ୟରେ ରଖା ଯାଇଥିଲା ତାହା ଜବତ କରାଯାଇଛି I
ବିନା ଲାଇସେନ୍ସରେ ଉକ୍ତ ବେଆଇନ୍ ବାଣ ଗଛିତ ରଖିଥିବା ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀଧର ବିଶ୍ଵାଳଙ୍କୁ ଅଟକ ରଖିଛି ପୋଲିସ I ଜବତ ବାଣର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ I ଏ ସମ୍ଵନ୍ଧରେ ଡେଲାଙ୍ଗ ଥାନାରେ ବିଷ୍ପୋରକ ଦ୍ରବ୍ୟ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି I