ଆଇଆଇଏଫ୍ଏଲ୍ ଫାଇନାନ୍ସ ପକ୍ଷରୁ ସୁନା ଋଣ “ରେଫର ଆଣ୍ଡ୍ ୱିନ୍’ ଦୀପାବଳି ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କଂପାନି ଆଇଆଇଏଫ୍ଏଲ୍ ଫାଇନାନ୍ସ ପକ୍ଷରୁ ଏହାର ସୁନା ଋଣ ଗ୍ରାହକମାନଙ୍କ ପାଇଁ ରେଫର୍ ଆଣ୍ଡ୍ ୱିନ୍ ଅଫର ଘୋଷଣା କରି ଦୀପାବଳି ମାସକୁ ଉତ୍ସାହର ସହ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ଗ୍ରାହକମାନେ ଏଲ୍ଇଡି ଟିଭି, ମିକ୍ସଚର୍ ଗ୍ରାଇଣ୍ଡର ଓ ଇଣ୍ଡକ୍ସନ ଷ୍ଟୋଭ୍ ଆଦି ଜିତିପାରିବେ । ଏହି ଲକ୍ଡାଉନ୍ ପରବର୍ତୀ ସମୟରେ ସୁନା ଋଣ ହେଉଛି ପାଣ୍ଠିର ଅନ୍ୟତମ ଉତ୍ସ । ସୁନା ଋଣ ରେଫର୍ ଆଣ୍ଡ୍ ୱିନ୍ କାର୍ଯ୍ୟକ୍ରମରେ ଆଇଆଇଏଫ୍ଏଲ୍ ଫାଇନାନ୍ସର ସୁନା ଋଣ ଗ୍ରାହକମାନେ ଏହି କଠିନ ସମୟରେ ନିଜର ପରିଜନ, ବନ୍ଧୁବାନ୍ଧବ, ବ୍ୟବସାୟ ମାଲିକ ଏବଂ ସହକର୍ମୀଙ୍କୁ ଏହା ବିଷୟରେ ଜଣାଇପାରିବେ ।
ଆଇଆଇଏଫ୍ଏଲ୍ ସୁନା ଋଣ ମାସିକ ୧% ଭଳି ସୁଧରେ ଉପଲବ୍ଧ ହେଉଥିବା ବେଳେ ମାତ୍ର ୫ ମିନିଟ୍ରେ ଶୀଘ୍ର ପ୍ରକ୍ରିୟାକରଣ, ସର୍ବାଧିକ ଋଣ ମୂଲ୍ୟ ଏବଂ ସହଜ ଡିଜିଟାଲ୍ ପେମେଂଟ୍ ବିକଳ୍ପ ଭଳି ସୁବିଧା ରହିଛି । ଏ ସମ୍ପର୍କରେ ଆଇଆଇଏଫ୍ଏଲ୍ର ବ୍ୟବସାୟ ମୁଖ୍ୟ-ଗୋଲ୍ଡ ଲୋନ୍ ଶ୍ରୀଯୁକ୍ତ ସୌରଭ କୁମାର କହିଛନ୍ତି ଯେ, “ଆମର ବିଶ୍ୱାସ ରହିଛି ଯେ ନୂତନ ଭାରତ କେବଳ ବଡ଼ ସ୍ୱପ୍ନ ଦେଖୁନାହିଁ ବରଂ ନିଜ ବଳରେ ସେହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଛି । ଏହି ଯାତ୍ରାରେ ବିଶ୍ୱାସନୀୟ ସହଯୋଗୀ ହେବାକୁ ଆମେ ଲକ୍ଷ୍ୟ ରଖିଛୁ । ଆଇଆଇଏଫ୍ଏଲ୍ ଫାଇନାନ୍ସ ସର୍ବଦା ଶ୍ରେଷ୍ଠ ଉତ୍ପାଦ ଓ ସେବା ପ୍ରଦାନ କରିବା ଲାଗି ଜଣାଶୁଣା । ଆମର ପୁରୁଣା ଗ୍ରାହକମାନେ ଆମର ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ସୁନା ଋଣକୁ ଆବଶ୍ୟକ କରୁଥିବା ନିଜ ଚିହ୍ନାପରିଚିତ ଲୋକଙ୍କୁ ଜଣାଇବାର ସୁଯୋଗ ଆସିଛି । ରେଫରାଲ୍ ପ୍ରୋଗ୍ରାମ୍ ନଭେମ୍ବର ୩୦ରେ ଶେଷ ହେବ ।’’
ଆଇଆଇଏଫ୍ଏଲ୍ଫା ଫା ଇନାନ୍ସ ଏହାର ସହଯୋଗୀ ସଂସ୍ଥା ଜରିଆରେ ଗୃହ ଋଣ, ସୁନା ଋଣ, ବ୍ୟବସାୟ ଋଣ, ମାଇକ୍ରୋଫାଇନାନ୍ସ, କ୍ୟାପିଟାଲ୍ ମାର୍କେଟ ଫାଇନାନ୍ସ, ଡେଭେଲପର୍ ଓ କନଷ୍ଟ୍ରକ୍ସନ ଫାଇନାନ୍ସକୁ ଏହାର ପ୍ରାୟ ୩୦ ଲକ୍ଷ ରିଟେଲ୍ ଓ କର୍ପୋରେଟ୍ କ୍ଲାଏଂଟ୍ମାନଙ୍କୁ ପ୍ରଦାନ କରୁଛି । ଆଇଆଇଏଫ୍ଏଲ୍ର ସାରା ଦେଶରେ ଥିବା ୫୦୦ରୁ ଅଧିକ ସହରରେ ୨୩୭୨ ଶାଖା ଏବଂ ଏହାର ଡିଜିଟାଲ୍ ମାଧ୍ୟମରେ ମଧ୍ୟ ଉପସ୍ଥିତ ରହିଛି ।