ଦିଲ୍ଲୀରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ସମ୍ମୁଖରେ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣ ବଡ ଧରଣର ନଥିଲେ ମଧ୍ୟ ଦୂତାବାସ ନିକଟରେ ଥିବା ୪/୫ଟି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ପୋରଣରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ ସୂଚନା ମିଳିନାହିଁ । ଦିଲ୍ଲୀ ସ୍ଥିତ ଅବଦୁଲ୍‌ କାଲାମ ରୋଡ୍‌ରେ ଥିବା ଇସ୍ରାଏଲ ଦୂତାବାସ ନିକଟ​‌ରେ ଏହି ବିସ୍ଫୋରଣ ହୋଇଛି ।

କଡା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ଏପରି ବିସ୍ଫୋରଣ କିପରି ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ସେଠାରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

ବିସ୍ଫୋରଣରେ RDX ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ଏତେ ବଡଧରଣର ନଥିଲେ ସୁଦ୍ଧା ନିକଟରେ ଥିବା କିଛି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଦିଲ୍ଲୀ ପୋଲିସ ଏବଂ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *