ଦେଶରେ ଆଜି ସୁଦ୍ଧା କରୋନା ପରୀକ୍ଷା ସଂଖ୍ୟା ୩୪ ଲକ୍ଷ ୮୩ ହଜାର ୮୩୮
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ-ଆଇସିଏମ୍ଆ୩ରର ରିପୋର୍ଟ ଅନୁସାରେ ଗତ ୨୪ ଘଂଟା ଭିତରେ ୧ଲକ୍ଷ ୨୧ ହଜାର ୭୦୨ଟି କୋଭିଡ୍ ନମୁନାର ପରୀକ୍ଷା କରାଯାଇଛି। ଏଥି ସହିତ ଦେଶରେ ଏ ପର୍ୟ୍ୟନ୍ତ ୩୪ ଲକ୍ଷ ୮୩ ହଜାର ୮୩୮ଟି ନମୁନାର ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍ଆିର୍ ଏହାର ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ଦିଆଯାଉଛି ।
ବର୍ତମାନ ସୁଦ୍ଧା ୬୪୧ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି, ଯାହା ମଧ୍ୟରେ ୪୪୬ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୧୯୫ଟି ବେସରକାରୀ ପରୀକ୍ଷାଗାର ରହିଛି ।