ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ଆଇମୋବାଇଲ୍ ପେ’ ଆପ୍ ଉନ୍ମୋଚିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଇମୋବାଇଲ୍ ପେ’ ଆପ୍କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ଭାରତର ପ୍ରଥମ ଆପ୍ ଯାହା ଜରିଆରେ ପେମେଂଟ୍ ଓ ସବୁ ପ୍ରକାର ବ୍ୟାଙ୍କ ସେବା ପ୍ରଦାନ କରିହେବ । ଯେକୌଣସି ବ୍ୟାଙ୍କର ଗ୍ରାହକ ନିଜ ଆକାଉଂଟ୍କୁ ଲିଙ୍କ୍ କରି ଏହାକୁ ବ୍ୟବହାର କରିପାରିବେ । ଏହା ଜରିଆରେ ଗ୍ରାହକମାନେ ୟୁପିଆଇ ଆଇଡି ସୃଷ୍ଟି କରିପାରିବେ ଏବଂ ପେମେଂଟ୍ ଓ ସପିଙ୍ଗ୍ କରିପାରିବେ । ଏଥିରେ ଅନଲାଇନ୍ ରିଚାର୍ଜ କରିହେବ ଏହା ସହିତ ବ୍ୟାଙ୍କିଙ୍ଗ୍ ସେବା ଭାବେ ସଂଚୟ ଖାତା, ନିବେଶ, ଋଣ, କ୍ରେଡିଟ୍ କାର୍ଡ, ଉପହାର କାର୍ଡ, ଟ୍ରାଭେଲ୍ କାର୍ଡ ସୁବିଧା ମିଳିପାରିବ । ଆଇମୋବାଇଲ୍ ଆପ୍ର ବ୍ୟବହାରକାରୀମାନେ ଯେକୌଣସି ବ୍ୟାଙ୍କ ଖାତା, ପେମେଂଟ୍ ଆପ୍ ଓ ଡିଜିଟାଲ୍ ୱାଲେଟ୍କୁ ଟଙ୍କା ପଠାଇପାରିବେ ।
ଏହି ଆପ୍ରେ ରହିଛି ପେ ଟୁ କଂଟାକ୍ଟ ସୁବିଧା ଯାହା ଜରିଆରେ ନିଜ ଫୋନ୍ ବୁକ୍ରେ ଥିବା ୟୁପିଆଇ ବ୍ୟବହାରକାରୀମାନଙ୍କ ଆଇଡି ଦେଖିଦେବ । ତେଣୁ ସବୁ ଲୋକଙ୍କ ୟୁପିଆଇ ଆଇଡି ମନେ ରଖିବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ପେମେଂଟ୍ ଆପ୍ ଓ ଡିଜିଟାଲ୍ ୱାଲେଟ୍କୁ ସହଜରେ ଟଙ୍କା ପଠାଇହେବ ।
ଭାରତର ପ୍ରଥମ ଧରଣର ଏହି ଆପ୍ରେ ଅନେକ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ମିଳିବ ଯାହା ପୂର୍ବରୁ କେବଳ ନିଜ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା । ପେମେଂଟ୍ ଏବଂ ବ୍ୟାଙ୍କିଙ୍ଗ୍ ଲାଗି ଏକାଧିକ ଆପ୍ ରଖିବାର ଅସୁବିଧାକୁ ମଧ୍ୟ ଆଇମୋବାଇଲ୍ ଆପ୍ ଦୂର କରିବ । ସବୁ ପ୍ରକାର କାରବାର କରିବାରେ ଏହା ଗ୍ରାହକଙ୍କ ପାଇଁ ସହାୟକ ହେବ । ଆପ୍ରେ ବିଭିନ୍ନ ବ୍ୟାଙ୍କ ଖାତା ଯୋଡ଼ିବା ଲାଗି ଏହା ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରିବ । ଦେଶର ଯେକୌଣସି ବ୍ୟାଙ୍କର ଗ୍ରାହକ ଏହି ଆପ୍କୁ ଡାଉନ୍ଲୋଡ୍ କରିପାରିବେ ଏବଂ ନିଜ ମୋବାଇଲ୍ ନମ୍ବର ଜରିଆରେ ୟୁପିଆଇ ଆଇଡି ସୃଷ୍ଟି କରିପାରିବେ ।
ନୂଆ ଆପ୍ ସମ୍ପର୍କରେ ଶ୍ରୀଯୁକ୍ତ ଅନୁପ ବାଗ୍ଚୀ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଅଗ୍ରଦୂତ ନବସୃଜନକୁ ଉପସ୍ଥାପନ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ସର୍ବଦା ଆଗରେ ରହିଛି । ଭାରତରେ ଡିଜିଟାଲ୍ ବ୍ୟାଙ୍କ କାରବାର ମାଧ୍ୟମରେ ପରିବର୍ତନ ଆଣିବାରେ ଏହି ନବସୃଜନଗୁଡ଼ିକୁ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ସେହି ସମୃଦ୍ଧ ପରମ୍ପରା ଅନୁସାରେ ଆମେ ଦେଶର ପ୍ରଥମ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ଆଇମୋବାଇଲ୍କୁ ୨୦୦୮ରେ ଉନ୍ମୋଚନ କରିଥିଲୁ ।’’
ଶ୍ରୀଯୁକ୍ତ ଦିଲ୍ଲୀପ ଆସ୍ବେ, ଏମ୍ଡି ଓ ସିଇଓ, ଏନ୍ପିସିଆଇ କହିଛନ୍ତି ଯେ, “ଅନ୍ୟ ସମସ୍ତ ୟୁପିଆଇ ଭିତିକ ପେମେଂଟ୍ ଆପ୍ ସହ ଇଟଂରଅପରେବଲ୍ ହେବା ଏବଂ ୟୁପିଆଇ ସହିତ ଆମର ମୋବାଇଲ୍ ବ୍ୟାଙ୍କିଙ୍ଗ୍କୁ ସଶକ୍ତ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କରେ ଆମେ ଉଲ୍ଲସିତ । ଏହା ହେଉଛି ଆଉ ଏକ ପଦକ୍ଷେପ ଯାହା ଡିଜିଟାଲ ପ୍ଲାଟଫର୍ମରେ ଇଟଂରଅପରେବିଲିଟି ବ୍ୟବସ୍ଥାକୁ ଅନୁପ୍ରାଣିତ କରିବ । ଗ୍ରାହକମାନଙ୍କ ସୁବିଧାଜନକ, ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ପେମେଂଟ୍ ଅନୁଭୂତି ପ୍ରଦାନ କରିବା ଲାଗି ୟୁପିଆଇ ଜଣାଶୁଣା ଏବଂ ଆମର ବିଶ୍ୱାସ ରହିଛି ଯେ ଅଧିକ ଲୋକଙ୍କ ଦ୍ୱାରା ୟୁପିଆଇ ଗ୍ରହଣୀୟ ହେବା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ କମ୍ ନଗଦ କାରବାର ହେଉଥିବା ସମାଜ ସୃଷ୍ଟି ଲାଗି ରହିଥିବା ଲକ୍ଷ୍ୟ ହାସଲରେ ଏହା ସହାୟକ ହେବ ।’’