ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ୍ ହେମନ୍ତ କୁମାର ଶର୍ମା । ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ବି ହାଜର ହୋଇଛନ୍ତି । ଆଇଏଏସ ହେମନ୍ତ ଶର୍ମା ତକ୍ରାଳୀନ କ୍ରୟ କମିଟିର ଅଧ୍ୟକ୍ଷ ରହିଥିଲେ । ତେବେ ଅଗଷ୍ଟ ୭ରେ ହୋଇଥିବା ଶୁଣାଣିରେ ହେମନ୍ତ ପକ୍ଷ ରଖିନଥିଲେ । ଅନ୍ୟ ପକ୍ଷଭୁକ୍ତ ମଧ୍ୟ ଉତ୍ତର ନଦେବାରୁ ଅସନ୍ତୁଷ୍ଟ ହୋଇଥିଲେ ଲୋକାୟୁକ୍ତ । ଏନେଇ ସେପ୍ଟେମ୍ବର ୧୪ରେ ସମସ୍ତ ପକ୍ଷଭୁକ୍ତଙ୍କୁ ଉତ୍ତର ରଖିବାକୁ ଲୋକାୟୁକ୍ତ କହିଥିଲେ । 

ଗତ ଜୁନ ମାସରେ ମାସ୍କ କିଣା ଦୁର୍ନୀତି ମାମଲାରେ ଆଇଏଏସ ହେମନ୍ତ୍ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଓଡିଶା ସୂଚନା ଅଧିକାର ଅଭିଯାନ । ଏହାପରେ କୋଭିଡ-୧୯ ପରଚେଜ୍ କମିଟିରୁ ଆଇଏଏସ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା । କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ରାଜ୍ୟ ସରକାର ତାଙ୍କୁ ଦାୟିତ୍ବ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ କାର୍ଯ୍ୟ ସଂପାଦନ ସହିତ  କୋଭିଡ-୧୯ ପରିଚାଳନାର ଏହି ଗୁରୁଦାୟିତ୍ୱ ନିର୍ବାହ କରୁଥିଲେ ହେମନ୍ତ ଶର୍ମା।

ଅନ୍ୟପକ୍ଷରେ ହେମନ୍ତ ଶର୍ମା ଓ ତୃତୀୟ ମହଲାର ସମସ୍ତେ ଏଥିରେ ସଂପୃକ୍ତି ଥିବା ଅଭିଯୋଗ କରିଥିଲା ଓଡିଶା ସୂଚନା ଅଧିକାର ଅଭିଯାନ । 

 

Leave a Reply

Your email address will not be published.