ଗିନିଜ୍ ୱାଲ୍ଡ ରେକର୍ଡରେ ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ମାନବ କମ୍ପ୍ୟୁଟର ଭାବେ ପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ‘ସବୁଠୁ ଫାଷ୍ଟ ହ୍ୟୁମାନ୍ କମ୍ପୁଟର’ ଭାବେ ସମ୍ମାନିତ କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଯାହାଙ୍କ ଉପରେ ନିର୍ମିତ ହୋଇଛି ଏକ ବାୟୋପିକ ଫିଲ୍ମ ।

ଆମାଜନ୍ ପ୍ରାଇମ୍ ଭିଡିଓରେ ଏହି ବାୟୋପିକ ଫିଲ୍ମ ରିଲିଜ ହେବା ପୂର୍ବରୁ ସ୍ୱର୍ଗତଃ ଶକୁନ୍ତଳା ଦେବୀଙ୍କୁ ଏଭଳି ସାର୍ଟିଫିକେଟ୍ ପ୍ରଦାନ କରାଯିବାକୁ ସମସ୍ତେ ସ୍ୱାଗତ କରିଛନ୍ତି । ଏହି ସାର୍ଟିଫିକେଟକୁ ତାଙ୍କ ଝିଅ ଅନୁପମା ଗ୍ରହଣ କରିଛନ୍ତି ।

ହ୍ୟୁମାନ୍ କମ୍ପୁଟର୍ ଭାବେ ଗିନିଜ୍ ବୁକରେ ନାମ ଲିପିବଦ୍ଧ ଶକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ବିଦ୍ୟା ବଲାନ୍ ଜଣେ ସୁପର୍ ୱିମ୍ୟାନର ଅଭିନୟ କରିଛନ୍ତି। ଜଣେ ହ୍ୟୁମ୍ୟାନ୍ କମ୍ପ୍ୟୁଟର ଭାବେ ସେ ସମସ୍ତ ଅଙ୍କ କଷା ଫଟାଫଟ୍ କରିପାରୁଛନ୍ତି।

ଏହି ଫିଲ୍ମରେ ସାନିଆ ମଲହୋତ୍ରା ଓ ଜୀଶୁ ସେନଗୁପ୍ତା ପ୍ରମୁଖ ଭୂମିକାରେ ରହିଛନ୍ତି। ସୋନି ଏଣ୍ଟରଟେନ୍ମେଣ୍ଟ ଓ ବିକ୍ରମ ମଲହୋତ୍ରାଙ୍କ ଦ୍ୱାରା ଏହି ଫିଲ୍ମ ପ୍ରସ୍ତୁତ ହୋଇଛି। ଏଥିରେ ସାନିଆ ସ୍ୱର୍ଗତଃ ଶକୁନ୍ତଳା ଦେବୀଙ୍କ ଝିଅ ଅନୁପମା ବାନାର୍ଜିଙ୍କ ଚରିତ୍ରରେ ନଜର ଆସିଛନ୍ତି ।

୧୯୮୦ ମସିହାରେ ଲଣ୍ଡନର ଇମ୍ପିରିୟର୍ କଲେଜରେ ୧୩ ଅଙ୍କ ବିଶିଷ୍ଟ ଦୁଇଟି ସଂଖ୍ୟାର ଗୁଣନଫଳକୁ ସମାଧାନ କରିବା ପାଇଁ ଶକୁନ୍ତଳା ଦେବୀଙ୍କୁ କୁହାଯାଇଥିଲା । ଯାହାକୁ ମାତ୍ର ୨୮ ସେକେଣ୍ଡରେ ସମାଧାନ କରିଥିଲେ ସେ । ଯେଉଁଥିରେ ସେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିଲେ ।

ସେହିପରି ୧୯୭୭ ମସିହାରେ ସକୁନ୍ତଳାଙ୍କ ଟକ୍କର କମ୍ପୁଟର୍ ‘ୟୁନିବେକ୍’ ସହିତ ହୋଇଥିଲା । ୨୦୧ ଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ୨୩ ତମ ମୂଳ ସଂଖ୍ୟା ବାହାର କରିବା ପାଇଁ ସକୁନ୍ତଳାଙ୍କୁ ଟ୍ୟାକ୍ସ ଦିଆଯାଇଥିଲା । ଏହାକୁ ସେ ମାତ୍ର ୫୦ ସେକେଣ୍ଡରେ ସମାଧାନ କରି ଦେଇଥିଲେ ।

 

 

Leave a Reply

Your email address will not be published.