ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

ପୁରୀ, (ଓଡିଶା ଟାଇମ୍) : ଡ୍ୟୁଟିରେ ଥାଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ୪ ଜଣ ସ୍ବାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ ଏହି କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ଆସନ୍ତା ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଓ୍ବାର୍ଡଓ୍ବାରୀ ପୁରୀବାସୀ କରୋନା କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାନାମା ବା ନିୟମାବଳୀ ପାଳନ କରି ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ଗତ ୨୭ ତାରିଖରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ରବିବାର ସକାଳେ ପୁରୀବାସୀ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ସେମାନଙ୍କ ସହ କିଛି ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଦେଖିବାକୁ ମିଳିଥିଲା । ପ୍ରଶାସନିକ କଟକଣା, କୋଭିଡ୍ ଗାଇଡ୍ ଲାଇନ୍ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ବାସ୍ଥ୍ୟ କର୍ମଚାରୀ କିଭଳି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭିତରକୁ ପ୍ରବେଶ କରିବା ଏବଂ ବାଇଶି ପାହାଚ ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିବା ଭିଜୁଆଲ କଏଦ ହୋଇଥିଲା। ନା ସେମାନେ ପୌରସଂସ୍ଥାର କୁପନ ଦେଖାଇଥିଲେ ନା ସେମାନଙ୍କ ପାଖରେ ଆଧାର କାର୍ଡ ଥିଲା ନା କୌଣସି ପୌରାଞ୍ଚଳର ପରିଚୟ ପତ୍ର ଥିଲା । କିଛି ନଥାଇ ମଧ୍ୟ ଏତେ କଟକଣା ମଧ୍ୟରେ ନିଜ ପଦବୀର ଦୁରୁପଯୋଗ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ ଏହି ମହିଳା ସ୍ବାସ୍ଥ୍ୟକର୍ମୀ ।

Leave a Reply

Your email address will not be published.