ଅଗଷ୍ଟ ୬ରୁ ମାଟ୍ରିକ ଖାତା ରିଚେକିଂ ଆବେଦନ
ଭୁବନେଶ୍ବର, (ଓଡିଶା ଟାଇମ୍) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାର ଖାତା ରିଚେକିଂ ଆବେଦନ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ପରୀକ୍ଷାର୍ଥୀମାନେ ସବ୍ଜେକ୍ଟିଭ ଓ ଅବଜେକ୍ଟିଭ ଖାତା ରିଚେକିଂ ସହ ସେଗୁଡ଼ିକର ଅବିକଳ ନକଲ ପାଇବା ପାଇଁ ନିର୍ଦ୍ଧାରିତ ଦେୟ ଦାଖଲ କରି www.bseodisha.ac.in ଜରିଆରେ ଅନ୍ଲାଇନ ଆବେଦନ କରିବେ।
ଏଥିପାଇଁ ବୋର୍ଡ ପକ୍ଷରୁ ଆବେଦନ ସୂଚୀ ସମ୍ପର୍କରେ ସ୍ଥିର ହୋଇଛି। ଦେୟ ଦାଖଲ ଷ୍ଟେଟ ବ୍ୟାଙ୍କ କଲେକ୍ଟ ମାଧ୍ୟମରେ ୧୮.୮.୨୦ ମଧ୍ୟରାତ୍ରି ସୁଦ୍ଧା ଶେଷ ହେବ। ଏଥିସହ ୧୯.୮.୨୦ ମଧ୍ୟରାତ୍ରି ପର୍ୟ୍ୟନ୍ତ ଫର୍ମ ଦାଖଲ କରିବାକୁ ସୁଯୋଗ ଦିଆଯାଇଛି। ଏହି ଅନ୍ଲାଇନ ଆବେଦନ ପ୍ରକ୍ରିୟା ଅନବରତ (୨୪x୭) ଚାଲୁ ରହିବ। ବୋର୍ଡ ପକ୍ଷରୁ ଏହି ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରାଯାଇ ସଂଶୋଧିତ ସାର୍ଟିଫିକେଟ ତଥା ମାର୍କସିଟ୍ ପ୍ରଦାନ କରାଯିବ। ଆବେଦନକାରୀମାନେ ବୋର୍ଡ ୱେବସାଇଟ୍ରୁ ଖାତାର ଅବିକଳ ନକଲ ଡାଉନଲୋଡ୍ କରି ନେଇପାରିବେ।