କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ…

BHUBANESWAR:  ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ମେଣ୍ଟର ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଏବଂ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ତରଫରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ରାଧାକ୍ରିଷ୍ଣନ, ନାମାଙ୍କନ ଦାଖଲ କରି ସାରିଛନ୍ତି । ଆସନ୍ତା ମାସ ୯ ତାରିଖରେ ପାର୍ଲାମେଣ୍ଟ ପରିସରରେ ହେବ ଭୋଟିଂ । ଆଉ ସଙ୍ଗେ ସଙ୍ଗେ ହେବ ଗଣତି ଏବଂ ସ୍ପଷ୍ଟ ହୋଇଯିବ- କିଏ ହେବେ ଦେଶର ପରବର୍ତ୍ତୀ ତଥା ପଞ୍ଚଦଶ ଉପରାଷ୍ଟ୍ରପତି ।…

() ତେବେ କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ ? ରାଷ୍ଟ୍ରପତି ନିର୍ବାଚନଠାରୁ ଏହା କିଭଳି ଭିନ୍ନ ! ରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଭୋଟ ଦେଇଥାନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏହି ଉଭୟ ଗୃହର ସଦସ୍ୟ ଭୋଟ ଦେଇଥାନ୍ତି । ନିର୍ବାଚିତ ଓ ମନୋନୀତ ସଦସ୍ୟ ଉଭୟ ନିର୍ବାଚନରେ ଭୋଟ ଦେଇଥାନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନରେ ସାଂସଦଙ୍କ ସହ ରାଜ୍ୟ ବିଧାନସଭା ଏବଂ ବିଧାନ ପରିଷଦର ସଦସ୍ୟମାନେ ଦେଇଥାନ୍ତି ଭୋଟ । ଉପରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟମାନେ ଭୋଟ ଦେଇ ନଥାନ୍ତି । କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ହିଁ ଉପରାଷ୍ଟ୍ରପତି ନିର୍ବାଚନ କରିଥାନ୍ତି ।…

() ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ନିର୍ବାଚନରେ ନଥାଏ ଦଳୀୟ କିମ୍ବା ମେଣ୍ଟ ହ୍ବିପ୍ । ଗୁପ୍ତ ମତଦାନ ଜରିଆରେ ଏହା ହୋଇଥାଏ । ଅର୍ଥାତ, କେଉଁ ସାଂସଦ, କାହାକୁ ଭୋଟ ଦେଲେ, ତାହା ସମ୍ପୂର୍ଣ୍ଣ ଗୁପ୍ତ ରହିଥାଏ । ଗୁପ୍ତ ଭୋଟିଂ ସହ ଉପରାଷ୍ଟ୍ରପତି ନିର୍ବାଚନର ଆଉ ଏକ ଦିଗ ହେଉଛି Single Transferable ଭୋଟିଂ ବ୍ୟବସ୍ଥା । ଅର୍ଥାତ ସାଂସଦମାନେ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ First Preference ଦେଇଥାନ୍ତି । First Preference ପରେ ସେମାନେ Second Preference ମଧ୍ୟ ଦେଇଥାନ୍ତି । ଏପରିକି ଯଦି ଅଧିକ ପ୍ରାର୍ଥୀ ଅଛନ୍ତି, ତେବେ ଏହି Preference, ତୃତୀୟ ଏବଂ ଚତୁର୍ଥ ଯାଏ ମଧ୍ୟ ଯାଇପାରିବ ।…

() ମନେ କରନ୍ତୁ ଭୋଟିଂ ସରିଗଲା, ଏବେ ଗଣତିର ସମୟ । ନାକଚ୍ ଭୋଟକୁ ବାଦ୍ ଦେବା ପରେ ମୋଟ ବୈଧ ଭୋଟକୁ ଗଣତି ପାଇଁ ନିଆଯାଏ । ଆଉ ମୋଟ ବୈଧ ଭୋଟକୁ ୨ରେ ଭାଗ କରି ସେଥିରେ ୧ ମିଶାଯାଏ । ସେହିଠାରେ ହିଁ ସ୍ପଷ୍ଟ ହୁଏ, ମ୍ୟାଜିକ୍ ନମ୍ବର । ଉଦ୍ଦାହରଣ ସ୍ବରୂପ ଏବେ ଲୋକସଭାରେ ୫୪୨ ଜଣ ସାଂସଦ ଥିବା ବେଳେ ରାଜ୍ୟସଭାରେ ଅଛନ୍ତି ୨୩୯ ଜଣ । ଉଭୟ ଗୃହରେ କିଛି ଆସନ ଖାଲି ପଡ଼ିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସଂସଦର ଉଭୟ ଗୃହର ସାଂସଦଙ୍କ ସଂଖ୍ୟା ହେଉଛି ୭୮୧ । ଏଭଳି ସ୍ଥିତିରେ ମ୍ୟାଜିକ ନମ୍ବର ହେଉଛି ୩୯୨ । ଧ୍ୟାନ ଦିଅନ୍ତୁ, ଯଦି ସେପ୍‌ଟେମ୍ବର ୯ ତାରିଖ ଉପରାଷ୍ଟ୍ରପତି ନିର୍ବାଚନରେ ସମସ୍ତ ୭୮୧ ଜଣ ସାଂସଦ ଭୋଟ ଦିଅନ୍ତି ଏବଂ କୌଣସି ଗୋଟେ ବି ଭୋଟ୍ ନାକଚ ନହୁଏ… ସବୁ ଭୋଟ ବୈଧ ହୁଏ, ତେବେ ବର୍ତ୍ତମାନର ମ୍ୟାଜିକ ନମ୍ବର, ଭୋଟିଂ ପରେ ୩୯୨ ହିଁ ରହିବ । କିନ୍ତୁ ଯଦି କିଛି ନାକଚ ହୁଏ, ତେବେ ମ୍ୟାଜିକ ନମ୍ବର ୩୯୨ରୁ କମ୍ ହେବ । ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ ମ୍ୟାଜିକ୍ ନମ୍ବରକୁ ଛୁଇଁବାକୁ କିମ୍ବା ଡେଇଁବାକୁ ହେବ ।…

() ମନେ କରନ୍ତୁ, ଭୋଟିଗଣତି ଆରମ୍ଭ ହୋଇଗଲା । ଯଦି First Preference ଗଣତି ଆଧାରରେ କୌଣସି ପ୍ରାର୍ଥୀ ମ୍ୟାଜିକ ନମ୍ବର ଛୁଇଁ ନିଅନ୍ତି ବା ଅତିକ୍ରମ କରି ନିଅନ୍ତି, ତେବେ ସେ ହିଁ ହେବେ ବିଜୟୀ । ଆଉ ଏଠି Second Preference ଭୋଟକୁ ଗଣିବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି First Preference ଗଣତିରେ କୌଣସି ବି ପ୍ରାର୍ଥୀ ମ୍ୟାଜିକ ନମ୍ବର ଛୁଇଁବାକୁ ସକ୍ଷମ ନହୁଅନ୍ତି, ତେବେ ସେଭଳି ସ୍ଥିତିରେ Second Preference ଭୋଟ ଗଣତି କରଯିବ । Second Preferenceରେ କମ ଭୋଟ ପାଇଥିବା ପ୍ରାର୍ଥୀଙ୍କ ଭୋଟକୁ ଅନ୍ୟ ପ୍ରାର୍ଥୀଙ୍କ ପାଖକୁ Transfer କରି ଦିଆଯାଏ ଏବଂ ସେହି ପ୍ରାର୍ଥୀଙ୍କୁ ହିଁ ବିଜେତା ଘୋଷଣା କରାଯାଏ ।…

Leave a Reply

Your email address will not be published. Required fields are marked *