କିପରି ନେବେ ନବଜାତ ଶିଶୁଙ୍କ ଯତ୍ନ ,ଆସନ୍ତୁ ଜାଣିବା କିଛି ଟିପ୍ସ
(ଓଡିଶା ଟାଇମ ) : ଆଜିକାଲି ନବଜାତ ଶିଶୁଙ୍କ ଯତ୍ନ ନେବା ବହୁତ କଷ୍ଟ ହୋଇଗଲାଣି । ଆପଣଙ୍କୁ ସମସ୍ତ ଛୋଟ ଛୋଟ କଥାର ଧ୍ୟାନ ରଖିବାକୁ ପଡ଼ୁଛି । କିଛି କଥାକୁ ନେଇ ଆପଣ ଚିନ୍ତିତ ହୋଇପଡ଼ୁଥିବେ କିନ୍ତୁ ଏପରି କିଛି କଥାକୁ ଧ୍ୟାନରେ ରଖିବାକୁ ପଡ଼େ ଦ୍ୱାରା ଆପଣ ନିଜ ଶିଶୁର ଯତ୍ନ ଭଲ ଭାବେ ନେଇ ପାରିବେ।
-ଛୁଆଙ୍କୁ ଡ଼ାଏପର ପିନ୍ଧାଇବା ସମୟରେ ଅଧିକ ଧ୍ୟାନ ରଖନ୍ତି । ଡ଼ାଏପର କିମ୍ବା କପଡ଼ା ବ୍ୟବହାର କରୁଥିଲେ ଓଦା ହୋଇଗଲେ ତୁରନ୍ତ ବଦଳାଇବା ଆବଶ୍ୟକତା ରହିଛି କାରଣ କିଛି ସମୟ ରହିଗଲେ ତାହା ଶିଶୁ ଶରୀରରେ ର୍ୟାସେସ ହୋଇଯାଏ ।
-ନବଜାତ ଶିଶୁକୁ ପ୍ରତିଦିନ ଗାଧୋଇବା ଭଲ ନୁହେଁ । ଏହା ଦ୍ୱାରା ଛୁଆଟିର ସ୍କିନ ଓଦା ଓଦା ରହିଥାଏ। ସପ୍ତାହରେ ଦୁଇ ଦିନ ହିଁ ଛୁଆକୁ ଗାଧୋଇବା ଜରୁରୀ । ଅନ୍ୟ ଦିନଗୁଡ଼ିକରେ ଆପଣ ଭଲ କପଡ଼ାରେ ତାକୁ ପୋଛାପୋଛି କରିପାରିବେ । ଅଧିକ ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇବେ ନାହିଁ । ନର୍ମାଲ ଉଷୁମ ପାଣିରେ ପୋଛାପୋଛି କରିବା ଭଲ ।
-ନବଜାତଟିର ନାଡ଼ି ପ୍ରାୟ ୧୦ଦିନରେ ପଡ଼ିଯାଏ । ଏହି ସମୟରେ ଆପଣ ଛୁଆଟିକୁ ଅଧିକ ଘୋଡ଼ାଇ ନ ରଖନ୍ତୁ । ଛୁଆ ରହୁଥିବା ସ୍ଥାନକୁ ସଫାସୁତୁରା ରଖନ୍ତୁ । କାରଣ କିଛି ବ୍ୟାକ୍ଟେରିଆ ଦ୍ୱାରା ଇନଫେକ୍ସନ ହେବା ସମ୍ଭାବନା ରହିଛି ।
-ନବଜାତକୁ ଗାଧୋଇବା ପରେ ତାର ମୁଣ୍ଡ ଭଲ ଭାବେ ପୋଛନ୍ତୁ ନହେଲେ ଥଣ୍ଡା ହେବାର ଅଧିକ ସମ୍ଭାବନା ରହିଥାଏ । ପରେ ମୁଣ୍ଡରେ ବେବି ତେଲ ଲଗାଇ ମାସାଜ କରାନ୍ତୁ ।