କମ୍ ସମୟରେ ବନାନ୍ତୁ ପିଆଜ କଚୋଡି
ଭୁବନେଶ୍ୱର, (ଓଡିଶା ଟାଇମ୍): ମହାମାରୀ କରୋନା ସମୟରେ ପ୍ରାୟ ସମସ୍ତେ ୱାର୍କ ଫ୍ରମ୍ ହୋମ୍’ ଭାବେ ଘରେ ବସି କାମ କରୁଛନ୍ତି । ଏହି ସମୟରେ ଗୃହିଣୀ ମାନେ ଟିକେ ଚିନ୍ତିତ ହୋଇପଡନ୍ତି ଯେ କିପରି ପ୍ରତିଦିନ ପିଲାଙ୍କ ନୂଆ ନୂଆ ରୋଷେଇ କରି ଖୁଆଇବେ ।
ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ପିଆଜ କଚୋଡି । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହି ରେସିପିକୁ କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବଞ୍ଚାଇବା ସହ ଟେଷ୍ଟି ଖାଇବା ତିଆରି ହୋଇପାରିବ ।
ସାମଗ୍ରୀ- ୨ ଚାମଚ କଟା ଧନିଆ, ୧/୨ ଚାମଚ ହେଙ୍ଗୁ, ୩ ଚାମଚ ବେସନ, ୧ ଛୋଟ ଚାମଚ କଳା ଲୁଣ, ଦରକାର ଅନୁଯାୟୀ ତେଲ, ଲଙ୍କା ପାଉଡର, ଚାଟ ମସଲା, ଗରମ ମସଲା, ୨ରୁ ୩ଟି ବଡ ପିଆଜ, ୨ରୁ ୩ଟି କଞ୍ଚା ଲଙ୍କା, ଦୁଇ ସିଝା ଆଳୁ, ୨୦୦ ଗ୍ରାମ୍ ମଇଦା ।
ପ୍ରସ୍ତୁତି ପ୍ରଣାଳୀ-
ଏକ ପ୍ୟାନରେ ତେଲ୍, ଧନିଆ ଓ ହେଙ୍ଗୁ ପକାଇ ମିଡିୟମ୍ ଆଞ୍ଚରେ ବସାନ୍ତୁ । ପରେ ବେସନ, ଲଙ୍କା ପାଉଡର, କଳା ଲୁଣ, ଚାଟ ମସଲା, ଗରମ ମସଲା ପକାଇ ଭାଜନ୍ତୁ ।
ଏହା ପରେ କଟା ପିଆଜ, ଲୁଣ, କଞ୍ଚା ଲଙ୍କା ପକାଇ କିଛି ସମୟ ପରେ ଆଳୁ ପକାନ୍ତୁ । ଏହି ମିଶ୍ରଣକୁ କାଢି ଦେଇ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ ।
ସେହିପରି କିଛି ମଇଦାରେ ଲୁଣ ଓ ତେଲ ପକାଇ ଭଲଭାବେ ଗୋଳାଇ ଅଟା ଗୋଳା ପ୍ରସ୍ତୁତ କରି ଦେଢ ଘଣ୍ଟା ଯାଏଁ ଛାଡି ଦିଅନ୍ତୁ । ଏବେ ଏହାକୁ ଗୋଳା ବନାଇ ପିଆଜ ଓ ଆଳୁର ମିଶ୍ରଣରେ ଷ୍ଟଫ୍ କରିବା ସହ କଚୋଡି ପରି ସେପ୍ ଦିଅନ୍ତୁ ।
ପରେ ମିଡିୟମ୍ ଆଞ୍ଚରେ ବସାଇ ୧୦-୧୨ ମି. ଯାଏଁ ସୁନେଲି ରଙ୍ଗର ହେବା ଯାଏଁ କଢେଇରୁ ବାହାର କରି ଦିଅନ୍ତୁ ।