ଛୋଟ ଛୁଆଙ୍କ ଟିଫିନ୍ ପାଇଁ ଚିନ୍ତିତ କି; ତାହେଲେ ବନାନ୍ତୁ ମିକ୍ସଡ୍ ଭେଜିଟେବଲ୍ ଇଡଲି
ଭୁବନେଶ୍ୱର, ଓଡିଶା ଟାଇମ: ଖାସ୍ କରି ଛୋଟ ଛୁଆମାନେ ଖାଇବା ପିଇବାକୁ ନେଇ ବହୁତ ହଇରାଣ ହରକତ କରିଥାଆନ୍ତି । ଏହି ସମୟରେ ଛୋଟ ଛୁଆଙ୍କ ଟିଫିନ୍ ଲାଗି କିଭଳି ପୁଷ୍ଟିକର ଖାଦ୍ୟ ତିଆରି କରିବେ, ସେଥିପାଇଁ ମଧ୍ୟ ଅନେକ ଲୋକ ଚିନ୍ତିତ ହୋଇପଡନ୍ତି । କାହିଁକି ନା ପିଲାମାନେ ପ୍ରତିଦିନ ଏକାପରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ।
ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ହେଲ୍ଥି ମିକ୍ସଡ୍ ଭେଜିଟେବଲ୍ ଇଡଲ । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହା କିପରି ତିଆରି କରିବେ ।
ସାମଗ୍ରୀ- ୧/୨ କପ୍ ଗାଜର, କିଛି ବନ୍ଧା କୋବି, ପିଆଜ, ୨ ଚାମଚ ହରଡ ଡାଲି, ୧ କପ୍ ଇଡଲି ଚାଉଳ,୧/୪ କୋକାନଟ୍ ଅଏଲ, ୧/୨ ଚାମଚ ଜିରା ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ସର୍ବପ୍ରଥମେ ହରଡ ଡାଲିକୁ ଧୋଇ ଚାଉଳ ସହ ୨ ଘଣ୍ଟା ଯାଏଁ ଭିଜିବାକୁ ଛାଡି ଦିଅନ୍ତୁ । ପରେ ଏହାକୁ ଭଲଭାବେ ଛାଣି କୋକାନଟ୍ ଅଏଲ୍ ସହ ମିଶାଇ ପେଷ୍ଟ କରିଦିଅନ୍ତୁ । ଏହାକୁ ଏକ ବାଉଲରେ କାଢି ସେଥିରେ କିଛି ପିଆଜ, ଗାଜର, ବନ୍ଧା କୋବି, ଜିରା, ନଡିଆ ଓ ଲୁଣ ମିଶାଇ ଦିଅନ୍ତୁ ।
ଏହି ଘୋଳକୁ କିଛି ସମୟ ରଖିବା ପରେ ଇଡଲି ଛାଞ୍ଚରେ ତେଲ ପକାଇ ଏହି ଘୋଳକୁ ସେଥିରେ ଦିଅନ୍ତୁ । ପରେ ୧୦ରୁ ୧୫ ମି. ଯାଏଁ ଗ୍ୟାସରେ ବସାନ୍ତୁ ଏବଂ ଆପଣ ଚାହିଁଲେ ଏହାକୁ ନଡିଆ ଚଟଣୀ ସହ ମଧ୍ୟ ପରଷି ଦେଇପାରିବେ ।