ଘରେ ବନାନ୍ତୁ ଟେଷ୍ଟି ବାନାନା କୁଲଫି
ଭୁବନେଶ୍ୱର, (ଓଡିଶା ଟାଇମ୍): ଦିନସାରା କାମ କରିକରି ବହୁ ଲୋକ ଥକ୍କି ଯାଆନ୍ତି । ଏପରିକି ଗୃହିଣୀ ମାନେ ଅନେକାଂଶ ସମୟ ଚିନ୍ତିତ ଥାଆନ୍ତି ଯେ କିପରି ପ୍ରତିଦିନ ପିଲାଙ୍କ ପାଇଁ କିଛି ନୂଆ ରୋଷେଇ କରି ଖୁଆଇବେ ।
ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ବନାନା କୁଲଫି । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହା କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବଞ୍ଚାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।
ସାମଗ୍ରୀ- ଦୁଇ କପ୍ କ୍ଷୀର, କଣ୍ଡେସ୍ଡ ମିଲ୍କ ୧ କପ୍, କଦଳୀ (ବାନାନା) ୨ଟା, ଅଧା ଗିନା ମଲାଇ, ୧ ଚାମଚ ଗୁଜୁରାତି, କେଶର ଓ ଚିନି ଦରକାର ଅନୁଯାୟୀ, କାଜୁ ଓ ବାଦାମ ।
ପ୍ରସ୍ତୁତି ପ୍ରଣାଳୀ-
ସର୍ବପ୍ରଥମେ ମଲାଇରେ କଦଳୀ ମିଶାଇ ଘୋଳ କରି ଦିଅନ୍ତୁ । କିଛି ଗୁଜୁରାତି ଓ କେଶରକୁ ପାଣିରେ ଭିଜାଇ ରଖି ଦିଅନ୍ତୁ । କ୍ଷୀର ଗରମ କରି ନିଅନ୍ତୁ ଏବଂ କ୍ଷୀର ଗରମ ହେବା ପରେ ସେଥିରେ ମଲାଇ ମିଶାଇ ଦିଅନ୍ତୁ । ପରେ କ୍ଷୀରରେ ଡ୍ରାଏ ଫୁଡ୍, ଗୁଜୁରାତି ଓ କେଶର ମିଳାଇ ଦିଅନ୍ତୁ । କିଛି ସମୟ ଘାଣ୍ଟିବା ପରେ ଗ୍ୟାସରୁ କାଢି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
ଏହା ପରେ କିଛି କିଦଳୀ ଓ ଧୀରକୁ ମିକ୍ସିରେ ପକାଇ ପେସି ଦିଅନ୍ତୁ । ପରେ ତାଙ୍କୁ ବାହାର କରି ସେଥିରେ ବାକି କ୍ଷୀର ଓ କଣ୍ଡେସ୍ଡ ମିଲ୍କ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ । ପରବର୍ତ୍ତୀ ସମୟରେ ସବୁକୁ କୁଲଫି ଛାଞ୍ଚରେ ପକାଇ ଆଲୁମିନିୟମ୍ ଫାଇଲରେ ରେ କଭର କରି ଦିଅନ୍ତୁ । ପରେ ଫ୍ରିଜରରେ ରଖିଦିଅନ୍ତୁ ।
କିଛି ସମୟ ପରେ ଫ୍ରିଜରରୁ ବାହାର କରି ପ୍ଲେଟରେ ସର୍ଭ କରି ଦିଅନ୍ତୁ ।