ଶରୀରରେ ହିମୋଗ୍ଲୋବିନ୍ ସ୍ତର କମ୍ ଥିଲେ, ଖାଆନ୍ତୁ ଏସବୁ ଫଳ

ଭୁବନେଶ୍ୱର: ସୁସ୍ଥ ଓ ସବଳ ରହିବା ପାଇଁ ସମସ୍ତେ ଭଲ ପାଇଥାନ୍ତି, ହେଲେ ବ୍ୟସ୍ତବହୁଳ ଜୀବନ ଫଳରେ ଠିକ୍ ଭାବେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇହୋଇନଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ହିମୋଗ୍ଲୋବିନ ଖୁବ୍ ଜରୁରୀ ।

ଡାକ୍ତରଙ୍କ ମତରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ପ୍ରାୟ ୧୪ରୁ ୧୮ ମିଲିଗ୍ରାମର ହିମୋଗ୍ଲୋବିନ୍ ରହିଥାଏ । ଶରୀରରେ ଏହାର ସ୍ତର କମିଲେ କମଜୋରି, ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ । ଜାଣନ୍ତୁ କେଉଁ ଫଳ ଖାଇଲେ ଶରୀରରେ ହିମୋଗ୍ଲୋବିନର ସ୍ତର ବଢିବ . . .

ପନିପରିବା- ମେଥୀ ଶାଗ, ପାଳଙ୍ଗ ଭଳି ଶାଗରେ ଆଇରନର ମାତ୍ରା ବହୁତ ଥାଏ । ଯାହା ରକ୍ତରେ ହିମୋଗ୍ଲୋବିନ୍ ବଢାଇବାରେ ସହାୟକ ହୋଇଥାଏ ।

ଭିଟାମିନ୍ ସି ଯୁକ୍ତ ଫଳ- ଶରୀରରେ ହିମୋଗ୍ଲୋବିନ୍ ସ୍ତର ବଢାଇବା ଲାଗି ଆଇରନ ଯୁକ୍ତ ଖାଦ୍ୟ ତଥା ଫଳ ଖାଇବା ଉଚିତ୍ । ଏହାଛଡା ଭିଟାମିନ୍ ସି ଯୁକ୍ତ ଫଳ ଶରୀର ପାଇଁ ଉପଯୋଗୀ ।

ଫଳ- କଦଳୀ, ବାଦାମ, ବିଟ, ବ୍ରୋକଲି ଓ ଗହମ ଖାଇବା ଦ୍ୱାରା ମଧ୍ୟ ଶରୀରରେ ହିମୋଗ୍ଲୋବିନ୍ ସ୍ତର ବଢିଥାଏ ।

ଫୋଲିକ୍ ଏସିଡ୍‌- ଫୋଲିକ୍ ଏସିଡ୍ ଶରୀରରେ ଲାଲ୍ ରକ୍ତ କଣିକାକୁ ବୃଦ୍ଧି କରିଥାଏ ।

ବିଟ୍ ରସ- ବିଟକୁ ଆପଣ ଚାହିଁଲେ ସାଲାଡ ରୂପେ ଖାଇପାରିବେ । ଏହାଛଡା ଏହାର ରସ୍ ମଧ୍ୟ ପିଇପାରିବେ । ଯାହା ହିମୋଗ୍ଲୋବିନର ସ୍ତର ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ।

ଏହାଛଡା ନିୟମିତ ବ୍ୟାୟାମ ଦ୍ୱାରା ମଧ୍ୟ ଶରୀରରେ ଲାଲ୍ ରକ୍ତ କଣିକା ବୃଦ୍ଧି ପାଇଥାଏ । ଅଣ୍ଡା, ଅଁଳା, ଗୁଡ, ଆଲମଣ୍ଡ, ସି ଫୁଡ, ଗ୍ରୀନ ମଟର ଓ ସେଓ ମଧ୍ୟ ଖାଇପାରିବେ ।

ହିମୋଗ୍ଲାବିନର ସ୍ତର ଶରୀରରେ କମ୍ ଥିଲେ ଖାସକରି କଫି, ଚା’, କୋଲା ଡ୍ରିଙ୍କସ, ୱାଇନ୍ ଓ ବୀୟର ଆଦି ପିଇବାରୁ ଦୂରେଇ ରୁହନ୍ତି ।

Leave a Reply

Your email address will not be published.