ଜାଣନ୍ତୁ, ଘର କୋଣରୁ କିପରି ସଫା କରିବେ ବୁଢିଆଣୀ ଜାଲ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପ୍ରାୟ ସମସ୍ତଙ୍କ ଘରର କୋଣରେ ବୁଢିଆଣୀ ଜାଲ ଦେଖା ଦେଇଥାଏ । ଖାସ୍ କରି ଖିଡକି, ଛାତ କୋଣ, ଫର୍ଣ୍ଣିଚର ଉପରେ ମଧ୍ୟ ବୁଢିଆଣୀ ଜାଲ୍ ଦେଖିବାକୁ ମିଳିଥାଏ । ହେଲେ ଏହା ଚିନ୍ତାର କାରଣ ମଧ୍ୟ ପାଲଟିଯାଏ ।

ବୁଢିଆଣୀ ଅନେକ ପ୍ରକାରର ହୋଇଥାଏ । ସେଥିମଧ୍ୟରେ କିଛି ବିଷାକ୍ତ ମଧ୍ୟ ହୋଇଥାଆନ୍ତି । ଜାଣନ୍ତୁ ଘରୋଇ ଉପଚାର କରି କିପରି ବୁଢିଆଣୀ ଜାଲକୁ ସଫା କରିପାରିବେ ।

ବୁଢିଆଣୀ ଜାଲ୍ ଖୁବ୍ ପତଳା ହୋଇଥାଏ । ଯାହାକୁ ଆପଣ ଝାଡୁ କିମ୍ବା କପଡା, ବ୍ରଶରେ ମଧ୍ୟ ସଫା କରି ଦେଇପାରିବେ । ଅଧିକ ଉଚ୍ଚରେ ଥିବା ଜାଲକୁ କାଢିବା ପାଇଁ ଲମ୍ବା ବ୍ରଶର ପ୍ରୟୋଗ କରିପାରିବେ ।

ଘରର କୋଣ ଗୁଡିକରେ ବୁଢିଆଣି ଜାଲ କରି ଦେଇଥାଏ । ତେଣୁ କରି ଯେତେ ସମ୍ଭବ ଘରର କୋଣ ଗୁଡିକୁ ସଫା ରଖନ୍ତୁ । ଯେପରି ଗୋଟିଏ ବି ଜାଲ ସେଠାରେ ରହିନଯାଉ ।

ଲେମ୍ବୁ କିମ୍ବା କମଳା ଲେମ୍ବୁ ଚୋପାରେ ମଧ୍ୟ ବୁଢିଆଣୀ ଜାଲକୁ ରୋକି ପାରିବେ । ଏଥିରେ ଥିବା ସାଇଟ୍ରସ୍ ଏସିଡ୍ ବୁଢିଆଣୀ ଭଗାଇବାରେ ସହାୟକ ହୋଇଥାଏ । ଏହାର ଗନ୍ଧ ବୁଢିଆଣୀକୁ ପସନ୍ଦ ଆସିନଥାଏ । ଆପଣ ଚାହିଁଲେ ଏହାର ବ୍ୟବହାର ମଧ୍ୟ କରିପାରିବେ ।

ବେକିଂ ସୋଡା ମଧ୍ୟ ବୁଢିଆଣୀ ଜାଲରୁ ମୁକ୍ତି ଦେଇପାରିବ । ଏହାର ବ୍ୟବହାର ଦ୍ୱାରା ବୁଢିଆଣୀ ସେ ଜାଗା ଛାଡି ପଳାଇଯାଇଥାଏ । କାରଣ ଏହାର ଗନ୍ଧ ବୁଢିଆଣୀକୁ ପସନ୍ଦ ଆସିନଥାଏ । ଯେଉଁଥିପାଇଁ ବେକିଂ ସୋଡା ଥିବା ସ୍ଥାନକୁ ବୁଡିଆଣୀ ଯାଇନଥାଏ ।

 

Leave a Reply

Your email address will not be published.