ପୁରୁଣା ଜିନଷକୁ ବ୍ୟବହାର କରି ଘରକୁ ଦିଅନ୍ତୁ ନୂଆ ଲୁକ୍…
ଭୁବନେଶ୍ୱର, (ଓଡିଶା ଟାଇମ୍): କୁହାଯାଏ ଘର ଭିତର ସଫା ସୁତୁରା ରହିଲେ ଆପଣଙ୍କ ମୁଡ୍ ବି ଭଲ ରହିଥାଏ । ସେଥିପାଇଁ କେହିକେହି ଘରକୁ ସୁନ୍ଦର ଭାବେ ସଜାଇବା ଲାଗି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥାନ୍ତି । ଯଦି ଆପଣ ଚାହିଁବେ ସ୍ୱଳ୍ପ ଖର୍ଚ୍ଚରେ ଘରକୁ ମନଇଚ୍ଛା ଲୁକ୍ ଦେଇପାରିବେ।
ଏପରିକି ଆପଣ ଚାହିଁଲେ ପୁରୁଣା ତଥା ଅଦରକାରୀ ଜିନିଷକୁ ବ୍ୟବହାର କରି ମଧ୍ୟ ନିଜ ଘରକୁ ଏକ ସୁନ୍ଦର ଲୁକ୍ ଦେଇପାରିବେ । ଆସନ୍ତୁ, ଜାଣିବା ପୁରୁଣା ଜିନିଷରେ କିପରି ଘର ସଜାଇବେ..
ପୁରୁଣା କାଚ ବୋତଲ- ପୁରୁଣା କାଚ ବୋତଲକୁ ଆମେ ଅନେକ ସମୟରେ ଫୋପାଡି ଦେଇଥାଉ । ହେଲେ ଆପଣ ଚାହିଁଲେ ତାକୁ ବ୍ୟବହାର କରି ଘର ସଜେଇବା ଉପକରଣ କରିପାରିବେ । ଅଦରକାରୀ ଉଲ୍ ଓ କିଛି ଫେବିକଲ୍ ଅଠା ବ୍ୟବହାର କରି ଆପଣ ବୋତଲ ଗୁଡିକୁ ନୂଆ ଲୁକ୍ ଦେଇପାରିବେ । ଆପଣ ଚାହିଁଲେ ଏହାକୁଫ୍ଲାୱାର୍ ପଟ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।
ପୁରୁଣା ଟାୟାର- ବେଳେ ଗାଡିର ଟାୟାର ଗୁଡିକ ପୁରୁଣା ହୋଇ ଖରାପ ହୋଇଗଲେ ଆମେ ତାକୁ ଫୋପାଡି ଦେଇଥାଉ । କାରଣ ଏଥିରେ ପାଣି ଜମି ରହିଲେ ମଶା ଓ ପୋକ ଆଦି ହେବା ଡରରେ ଘର ଠାରୁ ଦୂରରେ ଫୋପାଡି ଦିଆଯାଇଥାଏ । କିନ୍ତୁ ଏହାକୁ ଆପଣମାନେ ନଫୋପାଡି ତାହାକୁ ଗାର୍ଡେନରେ ରଖି ସେଥିରେ ଫୁଲ ଗଛ ମଧ୍ୟ ଲଗାଇପାରିବେ । ଏହି ଟାୟାର ଗୁଡିକରେ ଗାଢ ରଙ୍ଗ ଲଗାଇ ଦିଅନ୍ତୁ, ଯେମିତି ଏହା ଆଖିକୁ ଆକ୍ଟ୍ରାକ୍ଟ କରିପାରିବ । ତାପରେ ଏଥିରେ ମାଟି ଭର୍ତ୍ତି କରିକି ଆପଣଙ୍କ ମନ ମୁତାବକ ଫୁଲ ଗଛ, ସୋ ଗଛ, ପନିପରିବା ତଥା ଶାଗ ମଞ୍ଜି ମଧ୍ୟ ବୁଣିପାରିବେ ।
ନଚେତ୍ ଏହି ଟାୟାର ଗୁଡିକୁ ଭଲଭାବେ କଭର କରିକି ଛୋଟ ସୋଫା ଭାବେ ଆପଣଙ୍କ ଘରର ଲବି କିମ୍ବା ବେକୟାଡରେ ମଧ୍ୟ ରଖିପାରିବେ ।
ପୁରୁଣା ବ୍ୟାଗ୍- ପୁରୁଣା ବ୍ୟାଗକୁ ନଫୋପାଡି ତାହାକୁ ନୂଆ ଲୁକ୍ ଦେଇ ସେଥିରେ ନିଜ ମନପସନ୍ଦର ଫଟୋ ଲଗାଇ ଘରର କାନ୍ଥରେ ଲଗାଇପାରିବେ । ଏହାଛଡା ଆପଣ ଚାହିଁଲେ ଏଥିରେ ଆର୍ଟିଫିସିଆଲ୍ ଫୁଲ ମଧ୍ୟ ବ୍ୟବହାର କରିପାରିବେ ।