ଚୀନ୍ ଆପ ଉପରେ ପ୍ରତିବନ୍ଧକ: ଭାରତୀୟ ଷ୍ଟାର୍ଟଅପ୍‌ଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ସରକାର ସୋମବାର ଟିକ୍ଟକ୍ ସହିତ ୫୯ ଲୋକପ୍ରିୟ ଚାଇନିଜ ଆପକୁ ଦେଶରେ ବ୍ୟାନ୍ କରିଛନ୍ତି । କରୋନାଭାଇରସ୍ ଓ ଲକଡାଉନ୍ ଯୋଗୁଁ ଅନେକ ପ୍ରଫେସନାଲ୍ ୱାର୍କରେ ପରିବର୍ତ୍ତନ ଦେଖାଦେଇଛି । ଏଭଳି ସମୟରେ ସରକାରଙ୍କ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ଭାରତୀୟ ଷ୍ଟାର୍ଟଅପ୍ ଜଗତକୁ ଏକ ନୂଆ ସୁଯୋଗ ମିଳିପାରେ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

ସରକାରଙ୍କ ଦ୍ୱାରା ବ୍ୟାନ୍ ହେବାର ୨୪ ଘଣ୍ଟା ମଧ୍ୟରେ ଗୁଗୁଲ ଓ ଆପଲ୍ ଭଳି ପ୍ଲେ ଷ୍ଟୋରରୁ ଏହିସବୁ ଆପକୁ ହଟାଇ ଦିଆଯାଇଛି ।

ବ୍ୟାନ୍ ହୋଇଥିବା ଏହି ଆପ୍ଗୁଡ଼ିକ ମଧ୍ୟରେ ସେୟାର ଇଟ୍, ହେଲୋ, ୱିଇ ଚାଟ୍, ବିଉଟି ପ୍ଲସ୍, ଭିଗୋ ଭିଡିଓ, କ୍ୟାମ୍ ସ୍କାନର, କ୍ଲିନ୍ ମାଷ୍ଟର, ଭିଭା ଭିଡିଓ, କ୍ଲବ ଫ୍ୟାକ୍ଟ୍ରି, ଲାଇକି , ୟୁସି ବ୍ରାଉଜର, ଶେଇନ୍, କ୍ଲାଶ୍ ଅଫ୍ କିଙ୍ଗସ୍, ଏମ୍ଆଇ କମ୍ୟୁନିଟି, ସିଏମ୍ ବ୍ରାଉଜର, ଭାଇରସ୍ କ୍ଲିନର, ଆପସ୍ ବ୍ରାଉଜର, ରୋମି, କ୍ଲବ୍ ଫ୍ୟାକ୍ଟ୍ରି, ନ୍ୟୁଜ୍ ଡଗ୍, ୟୁସି ନ୍ୟୁଜ୍, ଜେଣ୍ଡର, ୱିବୋ, କ୍ୟୁକ୍ୟୁ ମେଲ୍, କ୍ୟୁକ୍ୟୁ ମ୍ୟୁଜିକ୍ଳ ବିଗୋ ଲାଇଭ୍, କ୍ୟୁକ୍ୟୁ ନ୍ୟୁଜ୍ଫିଡ୍, ସେଲଫି ସିଟି, ମେଲ୍ ମାଷ୍ଟର, ପାରାଲାଲ୍ ସ୍ପେସ୍, ଏମ୍ଆଇ ଭିଡିଓ କଲ୍, ୱି ସିଙ୍କ୍, ଭିଗୋ ଭିଡିଓ, ଭଲ୍ଟ ହାଇଡ୍, କ୍ୟାମ୍ ସ୍କାନର, ୱି ମିଟ୍, ଡିୟୁ କ୍ଲିନର ରହିଛି ।

ଏହାକୁ ନେଇ ପେଟିଏମର ସିଇଓ ଏବଂ ଫାଉଣ୍ଡର ବିଜୟ ଶେଖର ଶର୍ମା କହିଛନ୍ତି, “ଏହା ଭାରତର ଡିଜିଟାଲ୍ କ୍ରାନ୍ତି । ଏହା ଆତ୍ମନିର୍ଭର ଆପ୍ ଇକୋସିଷ୍ଟମ ଆଡକୁ ଗୋଟିଏ ପାଦ ଆଗେଇବ । ଏବେ ସମୟ ଆସିଯାଇଛି ଭାରତୀୟ ଇଣ୍ଟପ୍ରିନିୟରସ୍ ମାନେ ଆଗେଇ ଆସିବା ସହ ଭାରତୀୟ ତଥା ଭାରତ ପାଇଁ କିଛଇ ବେଷ୍ଟ ବନାଇବେ” ।

ଏନଏଏସଏସସିଓଏମର ପ୍ରେସିଡେଣ୍ଟଦେବଜାନୀ ଘୋଷ ମଧ୍ୟ କହିଛନ୍ତି ଯେ ଏହାହିଁ ସଠିକ୍ ସମୟ । ଯେତେବେଳେ ଉଭୟ ସରକାର ଓ ଶିଳ୍ପଜଗତ ଭାରତୀୟ ସାମଗ୍ରୀ ବନାଇବା ଉପରେ ଫକୋସ୍ କରିବା ଉଚିତ୍ । ଏହି ସମୟରେ ଭାରତୀୟ ଷ୍ଟାର୍ଟଅପମାନେ ଆଗକୁ ଆସିବା ସହ ନୂଆ ନୂଆ ଗେମ୍ ବାହାର କରିବା ଉଚିତ୍ ।

ତେବେ ସୀମା ବିବାଦକୁ ନେଇ ଭାରତ ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀ-୨୦୦୯ ର ସେକ୍ସନ୍ ୬୯ ଏ ଅନୁସାରେ ଏହି ପଦକ୍ଷେପ ନେଇଛନ୍ତି । ପରେ ଏହି ପ୍ରତିବନ୍ଧକ ଉପରେ ଟିକଟକ୍ ଇଣ୍ଡିଆ କହିଛି ଯେ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାନ୍ ଅସ୍ଥାୟୀ ଏବଂ ଆମେ ଏସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବୁ ।

Leave a Reply

Your email address will not be published.