ଗରମ ଚା ପିଇବା ଦ୍ୱାରା ହୋଇଥାଏ ଗଳା ଜନିତ କ୍ୟାନସର
(ଓଡିଶା ଟାଇମ୍) : ସକାଳୁ ଉଠିବା ମାତ୍ରେ କିଛି ଲୋକଙ୍କୁ ଗରମ ଚା ପିଇବା ପସନ୍ଦ ଥାଏ । ସକାଳର ଗରମ ଚା ଲୋକମାନଙ୍କୁ ସତେଜ କରିଥାଏ ଯାହାଦ୍ୱାରା ଲୋକମାନଙ୍କୁ କିଛି ବି କାମ କରିବା ପାଇଁ ଆଗ୍ରହ ଆସିଥାଏ । କିଛି ଲେକଙ୍କର ଚା ବିନା ଦିନ ଆରମ୍ଭ ହୋଇନଥାଏ । ଯଦି ଆପଣଙ୍କର ଗରମ ଚା ପିଇବାର ଅଭ୍ୟାସ ରହିଛି ତେବେ ସଜାଗ ହୋଇଯାଆନ୍ତୁ କାରଣ ଚା ପିଇବା ଦ୍ୱାରା ଗଳା ଜନିତ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ ।
ଏକ ଷ୍ଟଡି ରିପୋର୍ଟ ଅନୁସାରେ ଗରମ ଚା ପିଇବା ଦ୍ୱାରା ଗଳା ଜନିତ କ୍ୟାନସର ଭଳି ମାରାତ୍ମକ ରୋଗ ବଢିଯାଇଥାଏ । ଏହା ଇଣ୍ଟରନ୍ୟାସନାଲ ଜର୍ନଲ ଅଫ କ୍ୟାନସର ଷ୍ଟଡି ରିପୋର୍ଟରେ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁସାରେ ଯେଉଁଲୋକ ୭୫ ପ୍ରତିଶତରୁ ଅଧିକ ଗରମ ଚା ପିଉଛନ୍ତି ସେମାନଙ୍କୁ ଏହି ରୋଗ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ ।
ଏହି ରୋଗ ୪୦ ରୁ ୭୦ ବର୍ଷର ଲୋକଙ୍କ ଠାରୁ ଆରମ୍ଭ କରି ୫୦,୦୪୫ ଲୋକଙ୍କ ଯାଂଚ କରାଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ୭୦୦ ମିଲିଲିଟର ଗରମ ଚା ପିଇବା ଦ୍ୱାରା ଏହି ରୋଗ ୯୦ପ୍ରତିଶତ ବଢିଯାଇଥାଏ । କ୍ୟାନସର ଠାରୁ ନିଜକୁ ବଂଚାଇବାକୁ ଚାହୁଁଛନ୍ତି ତ ଚା ଛାଡିବା ନାହାତି ଜରୁରୀ ନୁହେଁ କିନ୍ତୁ ଗରମ ଚା କୁ କିଛି ମାତ୍ରାରେ ଥଣ୍ଡା କରି ପିଅନ୍ତୁ । ଗଳା ଜନିତ କ୍ୟାନସର ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଆନ୍ତୁ ।