କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୂପ ବଦଳାଉଛି କରୋନା । କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ସାରା ବିଶ୍ୱରେ ଆତହ୍କ ଖେଳିଯାଇଛି । ଡେଲ୍ଟା ପରେ ସାଉଥ ଆଫ୍ରିକାରେ ଚିହ୍ନଟ ଓମିକ୍ରନ୍ ଭାରିଆଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । କେବଳ ଦକ୍ଷିଣ ଆଫ୍ରିକା ନୁହେଁ ୧୪ଟି ଦେଶକୁ ଭାଇରସର ନୂଆ ଷ୍ଟ୍ରେନ୍ ମାଡିଛି । ଏହାମଧ୍ୟରେ ହଙ୍ଗକଙ୍ଗ ସରକାର ବାହାର ଦେଶରୁ ଆସୁଥିବା ନାଗରିକଙ୍କ ଉପରେ କଟକଣା ଲଗାଇଛନ୍ତି ।
ହଙ୍ଗକଙ୍ଗ ସରକାର ପୂର୍ବରୁ ଆଫ୍ରିକାର ୪ଟି ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏବେ ଅଷ୍ଟ୍ରେଲିଆ, କାନାଡା, ଇସ୍ରାଏଲ ସମେତ ୬ଟି ୟୁରୋପୀୟ ଦେଶର ଯାତ୍ରୀଙ୍କ ଉପରେ କଟକଣା ଲଗାଇଛନ୍ତି । ସୂଚନାଯୋଗ୍ୟ, ଓମିକ୍ରନ୍ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମାରାତ୍ମକ ଭାଇରସ ଭାବେ କହିଛି । ଏହି ଭାଇରସ ଡେଲଟା ତୁଳନାରେ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏପରିକି ଏହା ଭାକସିନର କବଚକୁ ମାତ୍ ଦେଇଦେବ ବୋଲି ଆଉ କିଛି ଆକଳ କରିଛନ୍ତି ।