ଭାରତୀୟ ଦୁଇଚକିଆ ଶିଳ୍ପରେ ଇତିହାସ ରଚିଲା ହୋଣ୍ଡା ଆକ୍ଟିଭା, ଗ୍ରାହକ ସଂଖ୍ୟା ୨.୫କୋଟି ଟପିଲା
ଭୁବନେଶ୍ବର, (ଓଡିଶା ଟାଇମ୍) :ଭାରତରେ ସର୍ବାଧିକ ବିକ୍ରି ହେଉଥିବା ସ୍କୁଟର ବ୍ରାଣ୍ଡ୍ ଆକ୍ଟିଭା ଦେଶର ପ୍ରଥମ ସ୍କୁଟର ଭାବେ ୨.୫ କୋଟି ଗ୍ରାହକ ମାଇଲଖୁଂଟ ହାସଲ କରି ଭାରତୀୟ ଦୁଇଚକିଆ ଶିଳ୍ପରେ ଇତିହାସ ସୃଷ୍ଟି କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦ ବର୍ଷ ତଳେ ଭାରତରେ ସ୍କୁଟର ବଜାର ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ୨୦୦୧ରେ ପ୍ରଥମ ୧୦୨ ସିସି ଆକ୍ଟିଭା ଜରିଆରେ ହୋଣ୍ଡା ବଜାରରେ ପ୍ରବେଶ କରିଥିଲା ଏବଂ ଏହା ପରେ ଯାହା ହୋଇଛି ତାହା ହେଉଛି ଇତିହାସ । ବିଗତ ବର୍ଷଗୁଡ଼ିକରେ ହୋଣ୍ଡା ଆକ୍ଟିଭା ଅନେକ ମାଇଲଖୁଂଟ ହାସଲ କରିଛି ଏବଂ ସଦ୍ୟତମ ଉଲ୍ଲେଖନୀୟ ସଫଳତାକୁ ବିଏସ୍-୬ ରୂପରେ ହାସଲ କରିଛି ।
ପ୍ରତ୍ୟେକ ପିଢି ସହ ଭାରତର ପ୍ରେମ ଆକ୍ଟିଭା ପ୍ରତି ଆହୁରି ବଢି ଚାଲିଲା. ୨୦୦୧ରେ ବଜାରକୁ ଆସିବାର ତିନି ବର୍ଷ ପରେ ହୋଣ୍ଡା ଆକ୍ଟିଭା ୨୦୦୩-୦୪ ଅତୁଳନୀୟ ଅଗ୍ରଣୀ ଭାବେ ଉଭା ହୋଇଥିଲା । ପରବର୍ତୀ ଦୁଇ ବର୍ଷରେ ଏହା ୧୦ ଲକ୍ଷ ବିକ୍ରି ମାଇଲଖୁଂଟ ହାସଲ କରିଥିଲା । ନିଜ ସମୟ ଠାରୁ ଅଧିକ ପ୍ରଯୁକ୍ତି ବ୍ୟବହାର କରିଥିବା ଯୋଗୁଁ ୨୦୧୫ରେ ଆକ୍ଟିଭା ବ୍ରାଣ୍ଡ୍ ୧୫ ବର୍ଷ ଭିତରେ ୧ କୋଟି ବିକ୍ରି ମାଇଲଖୁଂଟ ହାସଲ କରିଛି । ସ୍କୁଟରର ଗ୍ରହଣୀୟତା ବଢ଼ିବା ସହିତ ଆକ୍ଟିଭା ବିକ୍ରି ତ୍ୱରାନ୍ୱିତ ହୋଇଥିଲା ଏବଂ ଭାରତୀୟ ପରିବାରର ଏହା ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିଲା । ଏହାର ଲୋକପ୍ରିୟତା ଏତେ ଅଧିକ ଯେ ତିନି ଗୁଣା ବେଗରେ ଆଗକୁ ବଢ଼ି ପାଂଚ ବର୍ଷ ଭିତରେ ଏହା ଆଉ ୧.୫ କୋଟି ଗ୍ରାହକ ଯୋଡ଼ିଛି ।
ଏହି ଐତିହାସିକ ମାଇଲଖୁଂଟ ସମ୍ପର୍କରେ ଶ୍ରୀଯୁକ୍ତ ଆତ୍ସୁସି ଓଗାତା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୨୦୦୧ରେ ଉନ୍ମୋଚନ ହେବା ପରଠାରୁ ୧୦୦-୧୧୦ ସିସି ଇଂଜିନ ହେଉ କିମ୍ବା ଅଧିକ ଶକ୍ତିଶାଳୀ ୧୨୫ ସିସି ଇଂଜିନ, ଆକ୍ଟିଭା ପରିବାରର ସଫଳତାର ରହସ୍ୟ ହେଉଛି ନେତୃତ୍ୱ ବଳରେ ଏହା ଗଠନ କରିଥିବା ବିଶ୍ୱାସ । ୨୦ ବର୍ଷ ଧରି ଆକ୍ଟିଭା ବୈଶୟିକ ଉଦ୍ଭାବନ କ୍ଷେତ୍ରରେ ଆଗରେ ରହିଛି, ଶିଳ୍ପର ନିୟମ ହେବାର ଦଶନ୍ଧୀ ପୂର୍ବରୁ ଆକ୍ଟିଭା ତାହା ହାସଲ କରିଛି । ୨୦୦୧ରେ ହୋଣ୍ଡାର ପେଟେଂଟ୍ ଥିବା ଟଫ୍-ଅପ୍ ଟୁ୍ୟବ ହେଉ କିମ୍ବା କ୍ଳିକ୍ ବ୍ୟବସ୍ଥା, ୨୦୦୯ରେ ହୋଣ୍ଡାର କମ୍ବି ବ୍ରେକ୍ ସିଷ୍ଟମ, ୨୦୧୩ରେ ୧୦% ମାଇଲେଜ୍ ବଢ଼ାଇବା ହୋଣ୍ଡା ଇକୋ ପ୍ରଯୁକ୍ତି, ବିଏସ୍-୬ ଯୁଗରେ ବିଶ୍ୱର ପ୍ରଥମ ଟମ୍ବଲ ଫ୍ଲୋ କିମ୍ବା ସ୍କୁଟର ବର୍ଗରେ ଏଚଇଟି ପିଜିଏମ୍-ଏଫ୍ଆଇ ଇଞ୍ଜିନର ଶକ୍ତି ଥିବା ଇଏସ୍ପି ବିପ୍ଳବ, ଆକ୍ଟିଭା ବ୍ରାଣ୍ଡ୍ର ପ୍ରତିଟି ପିଢ଼ିରେ ଉଦୀୟମମାନ ହୋଇଛି ଓ ବିପ୍ଳବ ଆଣିଛି ଏବଂ ଭାରତକୁ ଆଗକୁ ବଢ଼ାଇଛି । କିମ୍ବଦନ୍ତୀ ଆକ୍ଟିଭା ପାଇଁ ଭାରତର ଭଲ ପାଇବା ଜାରି ରହିଥିବାରୁ ଆମେ ବହୁତ ଖୁସି ।’’
ଏ ସଂପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଏକ ଦୁଇ ଚକିଆ ଯାନ ସୁବିଧା ଠାରୁ ଆଗକୁ ବଢ଼ି ସମାଜର ଆତା୍ମ ସହିତ ଜଡ଼ିତ ହୋଇ ଆବେଗ ସୃଷ୍ଟି କରିବା ବହୁତ ବିରଳ ଯାହା ଆକ୍ଟିଭା କରିପାରିଛି । ଏହି ସମୟ ଭିତରେ ଆମ ପାଇଁ ବହୁତ କିଛି ପରିବର୍ତନ ଘଟିଛି କିନ୍ତୁ ଭାରତୀୟ ପରିବାର ଲାଗି ଆକ୍ଟିଭା ପ୍ରଥମ ପ୍ରେମ ହୋଇ ରହିଛି । ପଛ ପଟେ ବସି ଯାତ୍ରା କରୁଥିବା ଛୋଟ ପିଲାମାନେ ପ୍ରଥମ ଗାଡ଼ି ଚାଳକରେ ପରିଣତ ହେବା ଏବଂ ପ୍ରଥମ ଥରର ସଶକ୍ତ ମହିଳା ଚାଳକମାନେ ଜେଜେ ମା’ କିମ୍ବା ଆଇ ହେବା ପର୍ଯ୍ୟନ୍ତ ହୋଣ୍ଡା ବହୁତ ଗର୍ବିତ ଯେ ଆକ୍ଟିଭା ଏହି ଶ୍ରେଷ୍ଠ ଦେଶର ଅଂଶ ହୋଇ ରହିଛି । ଆମର ଅନେକ ଗ୍ରାହକ ଆକ୍ଟିଭାର ପ୍ରତିଟି ପିଢ଼ିରେ ସ୍ମୃତି ବର୍ଷା କରିଛନ୍ତି । ଆପଣଙ୍କ ନିତିିଦିନିଆ ଗାଡ଼ି ଚାଳନା ପାଇଁ ଆକ୍ଟିଭାକୁ ସ୍ୱର୍ଣ୍ଣ ମାନର କରିଥିବାରୁ ଭାରତକୁ ୨.୫ କୋଟିରୁ ଅଧିକ ଥର ଧନ୍ୟବାଦ ।’’