ହୋଣ୍ଡା ପକ୍ଷରୁ ଆକ୍ଟିଭା ପରମ୍ପରାର ଗୌରବମୟ ୨୦ ବର୍ଷ ପାଳନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତୀୟ ଦୁଇ ଚକିଆ ଶିଳ୍ପରେ ବୈପ୍ଳବିକ ପରିବର୍ତନ ଆଣିଥିବା ଆକ୍ଟିଭା ଦେଶରେ ଦୁଇ ଦଶନ୍ଧୀ
ସଫଳତାର ସହ ପୂରଣ କରିଛି । ଆକ୍ଟିଭା ୨ କୋଟିରୁ ଅଧିକ ଭାରତୀୟ ଗ୍ରାହକଙ୍କ ବିଶ୍ୱାସ ଜିତିବା ସହ ଅତୁଳନୀୟ  ଯାତ୍ରାରେ ଅଗ୍ରଣୀ ସାଜିଥିବା ଉତ୍ସବକୁ ପାଳନ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍  ଲିମିଟେଡ୍ ପକ୍ଷରୁ ଆକ୍ଟିଭା ୬ଜିର ସ୍ୱତନ୍ତ୍ର ୨୦ତମ ବାର୍ଷିକୀ ସଂସ୍କରଣକୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ ଶ୍ରୀଯୁକ୍ତ ଆତସୁସି ଓଗାଟା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୨୦ ବର୍ଷ ପୂର୍ବେ ଏହି କିମ୍ବଦନ୍ତୀଙ୍କ ଜନ୍ମ ହୋଇଥିଲା l

ଯେତେବେଳେ ହୋଣ୍ଡା ଭାରତର ସ୍ୱପ୍ନର ଶକ୍ତିକୁ ଜାଣିପାରି ଆକ୍ଟିଭା ମଡେଲ୍‌କୁ ଉନ୍ମୋଚନ କରିଥିଲା । ସେହିଦିନ ଠାରୁ ପ୍ରତି  ନୂଆ ପିଢ଼ିର ହୋଣ୍ଡା ଆକ୍ଟିଭାରେ ଭାରତୀୟ ଚାଳକଙ୍କ ପାଇଁ ଆଧୁନିକ ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ୟବହାର କରାଯାଇଛି ଯାହା ସମୟ ଠାରୁ ବହୁତ ଆଗୁଆ ରହିଛି ତାହା ୨୦୦୯ରେ କମ୍ବି ବ୍ରେକ୍ ସିଷ୍ଟମ୍ (ନିୟମ ଲାଗୁ ହେବାର ୧୦ ବର୍ଷ ପୂର୍ବରୁ), ୨୦୧୩ରେ ହୋଣ୍ଡା ଇକୋ ଟେକ୍ନୋଲୋଜି (ଏଚ୍‌ଇଟି) କିମ୍ବା ସଦ୍ୟତମ ଉନ୍ନତ ସ୍ମାର୍ଟ ପାଓ୍‌ବାର (ଇଏସ୍‌ପି) ପ୍ରଯୁକ୍ତି ଏବଂ ୨୦୨୦ରେୂ
ଆକ୍ଟିଭା ୬ଜିରେ ୨୬ ନୂଆ ପେଟେଂଟ୍ ପ୍ରୟୋଗ । ୟୁନିସେକ୍ସ ପରିବାର ଗମନାଗମନ ପାଇଁ ବାସ୍ତବରେ ସୂର୍ଣ୍ଣ ମାନର ଆକ୍ଟିଭା ପ୍ରତି ଭାରତୀୟ ଗ୍ରାହକଙ୍କ ଭଲ ପାଇବା ଓ ବିଶ୍ୱାସକୁ ପାଳନ କରିବା ପାଇଁ ଆମେ ଆକ୍ଟିଭା ୬ଜିର ୨୦ତମ ବାଷିର୍କୀ ସଂସ୍କରଣକୁ ଉନ୍ମୋଚନ କରିଛୁ ।’’

ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର  ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ପ୍ରତି ମାସରେ ଲକ୍ଷାଧିକ ନୂଆ ଗ୍ରାହକଙ୍କୁ ଉଲ୍ଲସିତ କରୁଥିବା ଆକ୍ଟିଭା  ହେଉଛି ଭାରତୀୟ ଦୁଇଚକିଆ ଶିଳ୍ପର ମାର୍ଗଦର୍ଶକ । ଅତୁଲ୍ୟ ଭାରତର ଦୈନନ୍ଦୀନ ଜୀବନର ଅଂଶ ହୋଇଥିବାରୁ ଆମେ
ଗର୍ବିତ । ଆଜିର ଦିନରେ ଭାରତରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠାରେ ଆକ୍ଟିଭା ଦେଖିବାକୁ ମିଳୁନାହିଁ । ପ୍ରତି  ଭାରତୀୟ ପରିବାରର ପ୍ରଥମ ପସନ୍ଦ ଭାବେ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିବା ଆକ୍ଟିଭାର ଏହି ୨୦ତମ ବାର୍ଷିକୀ  ସଂସ୍କରଣ ଗ୍ରାହକଙ୍କ ସହ ଅଭିନ୍ନ ସମ୍ପର୍କ ରହିଛି । ସମ୍ପୂର୍ଣ୍ଣ ନୂଆ ମେଟ୍ ମାଚ୍ୟୁର୍ ବ୍ରାଉନ୍ ରଙ୍ଗ ଯାହା କୌଣସି ହୋଣ୍ଡା  ସ୍କୁଟରରେ ପ୍ରଥମ ଥର ଲାଗି ବ୍ୟବହାର କରାଯାଇଛି ଯେଉଁଥିରେ ସ୍ୱର୍ଣ୍ଣିମ ଲୋଗୋ ଏବଂ ନିର୍ଧିଷ୍ଟ ଡିଜାଇନ୍ ରହିଛି । ଆକ୍ଟିଭା ୬ଜିର ୨୦ତମ ବାର୍ଷିକୀ ସଂସ୍କରଣ ହେଉଛି ସୁନା ଭଳି ମୂଲ୍ୟବାନ ।’’ ଏହା ଷ୍ଟାଣ୍ଡାର୍ଡ ଓ ଡିଲକ୍ସ ଭାରିଆଂଟ୍‌ରେ ଉପଲବ୍ଧ ହେଉଥିବା ବେଳେ ଷ୍ଟାଣ୍ଡାର୍ଡର ୬୬,୮୧୬ ଟଙ୍କା ଓ ଡିଲକ୍ସ ମୂଲ୍ୟ
୬୮,୩୧୬ ଟଙ୍କା (ଏକ୍ସ ସୋ’ରୁମ୍‌, ଗୁରୁଗ୍ରାମ) ରହିଛି ।

Leave a Reply

Your email address will not be published.