୬ ମାସରେ ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁଜୁକୂଳ ସାରା ଭାରତର ୧୮୫ରୁ ଅଧିକ ସହରରେ ପହଂଚିଛି
ଭୁବନେଶ୍ବର, (ଓଡିଶା ଟାଇମ୍) : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଡିଜିଟାଲ୍ ସଡ଼କ ସୁରକ୍ଷା ଅଭିଯାନ-ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୂଳ ସାରା ଭାରତରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିଛି ।
୨୦୨୦ ମେ’ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଲୋକମାନଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ଭାବେ ରଖି ଡିଜିଟାଲ୍ ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତା ପ୍ରଦାନ କରାଯାଇଛି । ସଡ଼କରେ କିଭଳି ସୁରକ୍ଷିତ ରହିହେବ ତାହା ଅବଗତ କରାଯାଇଛି । ସବୁ ବୟସ ବର୍ଗର ଲୋକ ଯଥା ୫ ବର୍ଷର ଶିଶୁ, ୧୮ ବର୍ଷୀୟ ଲାଇସେନ୍ସ ଆବେଦନକାରୀ, ୩୦ ବର୍ଷ ପାଖାପାଖି ବୟସର ଗୃହିଣୀ ଓ କର୍ପୋରେଟ୍ କର୍ମଚାରୀ ଏବଂ ଉତ୍ସାହୀ ଦୁଇ ଚକିଆ ଚାଳକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋଣ୍ଡା ସହିତ ସଡ଼କ ସୁରକ୍ଷାର ବିଭିନ୍ନ ବିଷୟ ଉପରେ ଅବଗତ କରାଯାଇଛି । ହୋଣ୍ଡାର ଏହି ଉତ୍ସର୍ଗୀକୃତ ସଡ଼କ ସୁରକ୍ଷା ଅଭିଯାନ ମାତ୍ର ୬ ମାସରେ ଉତରରେ ଉନା ଠାରୁ ଦକ୍ଷିଣରେ ବିଜୟୱାଡ଼ା ଏବଂ ପୂର୍ବରେ ମୁଜାଫରାପୁରରୁ ପଶ୍ଚିମର ଥାନେ ପର୍ଯ୍ୟନ୍ତ ସାରା ଭାରତର ୧୮୫ରୁ ଅଧିକ ସହର ଓ ନଗରରେ ପହଂଚିଛି ।
ଏହି ମାଇଲଖୁଂଟ ସଫଳତା ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରି ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ହୋଣ୍ଡା ପାଇଁ ସଡ଼କ ସୁରକ୍ଷା ହେଉଛି ଏକ ଗୁରୁତ୍ୱର ବିଷୟ । ସୁରକ୍ଷାର ଏହି ଭାବକୁ ନେଇ ହୋଣ୍ଡା ପକ୍ଷରୁ ଲୋକମାନଙ୍କୁ ଏହି ନୂଆ ସ୍ୱାଭାବିକ ଆହ୍ୱାନ ପୂର୍ଣ୍ଣ ସମୟରେ ସଡ଼କ ସୁରକ୍ଷା ଉପରେ ସଚେତନ କରିବାକୁ ନୂଆ ଏବଂ ଅଭିନବ ଉପାୟ ସନ୍ଧାନ କରାଯାଇଥିଲା ଏବଂ ଡିଜିଟାଲ୍ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି । ଆମେ ୬ ମାସ ଭିତରେ ୨ ଲକ୍ଷରୁ ଅଧିକ ଶିଶୁ ଓ ପ୍ରାପ୍ତବୟସ୍କଙ୍କ ନିକଟରେ ପହଂଚିଥିବାରୁ ଅତ୍ୟନ୍ତ ଆନନ୍ଦିତ । ପୁନଶ୍ଚ, ସଡ଼କ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଲୋକମାନଙ୍କୁ ସଚେତନ କରିବା ଲାଗି ଏହି ଭର୍ଚୁଆଲ୍ ପ୍ଲାଟଫର୍ମକୁ ଆମେ ଜାରି ରଖିବୁ ।’’
ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୂଳରେ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷଣୀୟ ମଡ୍ୟୁଲ୍ ପ୍ରସ୍ତୁତ କରାଯାଇଛି ଯାହା ବିଭିନ୍ନ ବୟସ ବର୍ଗକୁ ସୁହାଉଛି । ଛଅ ମାସରେ ଏହା ୪୯୭ ସ୍କୁଲ୍ର ୭୬,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୪୦୨ କଲେଜ ଏବଂ ୩୭୩ କର୍ପୋରେଟ୍ ସଂସ୍ଥାର ୧.୩୬ ଲକ୍ଷ ପ୍ରାପ୍ତବୟସ୍କଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିଛି ।