କରୋନା ଟିକା ନେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କୋଭିଡ୍‌ ଟିକା ନେଇଛନ୍ତି। ରାଜଭବନ ହସ୍‌ପିଟାଲ୍‌ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଟିକା ଗ୍ରହଣ କରିଛନ୍ତି। ଏକ କୋଭିଡ୍‌ ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆହ୍ବାନ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିୟମାନୁସାରେ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ୪୫ରୁ୬୦ବର୍ଷ ମଧ୍ୟରେ ବହୁବିଦ୍ଧରୋଗରେ ପୀଡ଼ିତ ବ୍ୟକ୍ତି ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି ଟିକାଗ୍ରହଣ କରିପାରିବେ। ଉଭୟ ସରକାରୀ ଓ ଘରୋଇ ହସ୍‌ପିଟାଲ୍‌ରେ ଯୋଗ୍ୟ ବ୍ୟକ୍ତି ପ୍ରତ୍ୟେକ ଦିନ ଯେକୌଣସି ସମୟରେ ଟିକା ନେଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *