ଏସିଡ଼ିଟିରୁ ମୁକ୍ତି ଦେବ ଏହି ୪ଟି ଘରୋଇ ଜିନିଷ

(ଓଡ଼ିଶା ଟାଇମ୍‌) :  ସାଧାରଣତଃ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକ ଖାଦ୍ୟପେୟ ପାଇ ସମୟ ପାଉନାହାଁନ୍ତି । ଦୈନନ୍ଦୀନ ଖାଦ୍ୟ ଶରୀରରେ ଏସିଡ଼ିଟି ସୃଷ୍ଟି କରୁଛି । ଯାହା ଏକ ସମସ୍ୟା ପାଲଟିଲାଣି । ତେଣୁ କିଛି ଘରୋଇ ଉପଚାର ଦ୍ୱାରା ଏସିଡ଼ିଟି କମ କରିହେବ ଆସନ୍ତୁ ଜାଣିବା ।

ଥଣ୍ଡା କ୍ଷୀର: କ୍ଷୀରରେ କ୍ୟାଲସିୟମର ପରିମାଣ ଅଧିକ ରହିଥାଏ । ଯାହା ଶରୀରରେ ପିଏଚ ସନ୍ତୁଳନ କରିବାରେ ସକ୍ଷମ ହୋଇଥାଏ । ଏହା ସହ ଥଣ୍ଡା କ୍ଷୀର ପିଇବା ଦ୍ୱାରା ଶରୀରରେ ଏସିଡ଼ିଟି ଓ ଜଳାପୋଡ଼ାରୁ ତୁରନ୍ତ ମୁକ୍ତି ମିଳିଥାଏ ।

ଲବଙ୍ଗ: ଶରୀରରେ ଏସିଡ଼ିଟି କମ କରାଇବାରେ ତୁରନ୍ତ କାର୍ୟ୍ୟ କରେ ଲବଙ୍ଗ । ଏହା କେବଳ ମସଲା ରୂପେ ବ୍ୟବହାର କରାଯାଏ ତାହା ନୁହେଁ ଏକ ଔଷଧ ଭଳି ମଧ୍ୟ ବ୍ୟବହାର କରାଯାଇପାରୁଛି ।

ପାନମହୁରୀ : ପାନମହୁରୀରେ ଏପରି ତତ୍ୱ ରହିଛି ଯାହା ଏସିଡ଼ିଟିରୁ ମୁକ୍ତି ଦେଇଥାଏ । ଏହା ପାଚନ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତୁଳସୀ ପତ୍ର : ଶରୀରରେ ଏସିଡ଼ିଟି ମାତ୍ରା କମ କରାଇବାରେ ସାହାଯ୍ୟ କରିଥାଏ ତୁଳସୀ ପତ୍ର । ତୁଳସୀ ପତ୍ର ଖାଇବା ଦ୍ୱାରା ପାଚନ ଶକ୍ତି ମଧ୍ୟ ବୃଦ୍ଧି ପାଏ ।

Leave a Reply

Your email address will not be published.