ବିଶ୍ଵ ବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଲକ୍‌ଡାଉନ୍‌ରେ କରିବେ ପରୀକ୍ଷା, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବୁଜ ସଙ୍କେତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭାଇରସ୍ ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ ନିଷ୍ପତ୍ତି ନେଇ କରୋନା ମହାମାରୀ ସମୟରେ ପରୀକ୍ଷା ଆୟୋଜନକୁ ସବୁଜ ସଙ୍କେତ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଉଚ୍ଚ ଶିକ୍ଷା ସଚିବଙ୍କୁ ଏକ ପତ୍ର ଲେଖି ବିଶ୍ଵ ବିଦ୍ୟାଳୟ ଓ ଶିକ୍ଷା ସଂସ୍ଥାରେ ପରୀକ୍ଷା ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି।

 

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁଜିସିର ମାର୍ଗଦର୍ଶିକା ବା ଗାଇଡ୍‌ଲାଇନ୍ ‌ ଅନୁଯାୟୀ ଶେଷର ବର୍ଷର ପରୀକ୍ଷା ଜରୁରୀ ହେବ। ୟୁନିଭର୍ସିଟି କେନ୍ଦ୍ର ପରିବାର ଓ ସ୍ଵାସ୍ଥ୍ୟ କଲାଣ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ଷ୍ଟାଡାର୍ଡ ଅପରେଟିଂ ପ୍ରସିଜିୟର(SOP) ଆଧାରରେ ପରୀକ୍ଷା ଆୟୋଜନ ହେବ।ଚଳିତ ମାସରେ ପରୀକ୍ଷା ହୋଇପାରେ ଏବଂ ଖୁବ୍ ଶୀଘ୍ର ୟୁଜିସି ପକ୍ଷରୁ ତାରିଖର ଘୋଷଣା ହୋଇପାରେ।

Leave a Reply

Your email address will not be published.