ଏମ୍ସରୁ ଡିସଚାର୍ଜ ହେଲେ ଗୃହ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ସେ ଗତ ଅଗଷ୍ଟ ୧୮ ତାରିଖରେ ପୋଷ୍ଟ କୋଭିଡ କେୟାର ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲା ।

ଏମ୍ସ ପକ୍ଷରୁ ଶନିବାର ଦିନ ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, “ସେ ସୁସ୍ଥ ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ଡିସଚାର୍ଜ ହୋଇପାରନ୍ତି” ।

ନିକଟରେ ସେ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଗତ ଅଗଷ୍ଟ ୨ ତାରିଖରେ ୫୫ ବର୍ଷୀୟ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାହା ସମ୍ପର୍କରେ ଟ୍ୱିଟ୍ କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ଲାଗି ଅନୁରୋଧ କରିଥିଲେ ।

ପରେ ଗତ ଅଗଷ୍ଟ ୧୪ ତାରିଖରେ ତାଙ୍କର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ସେ ଟ୍ୱିଟ କରିଥିଲେ । “ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଏହି ସମୟରେ ଯେଉଁମାନେ ମୋର ସ୍ୱାସ୍ଥ୍ୟ ପାଇଁ ଶୁଭକାମନା ଦେଇ ମୋର ଓ ମୋ ପରିବାରର ସାନ୍ତ୍ୱନା ଦେଇଥିଲେ, ମୁଁ ସୋମନଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ର୍ମୁ ଆଉ କିଛି ଦିନ ଲାଗି ହୋମ୍ ଆଇସୋଲେସନରେ ରହିବି । ମେଦାନ୍ତ ହସ୍ପିଟାଲର ସମସ୍ତ ଡାକ୍ତର ଓ ଷ୍ଟାଫ୍ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି” ବୋଲି ଟ୍ୱିଟରେ ଉଲ୍ଲେଖ କରିଥିଲେ ଅମିତ ଶାହ ।

Leave a Reply

Your email address will not be published.