ହୀରାକୁଦ ଜଳଭଣ୍ଡାରର ୧୮ଟି ଗେଟ୍ ଖୋଲା
ସମ୍ବଲପୁର, (ଓଡିଶା ଟାଇମ୍) :ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୩୯ ଫୁଟ୍ ରହିଛି । ୧୮ଟି ଗେଟ୍ ଦେଇ ବନ୍ୟାଜନ ନିଷ୍କାସିତ ହେଉଛି । ଆଜି ୧୮ଟି ଗେଟ୍ ଦେଇ ୨ ଲକ୍ଷ ୯୮ ହଜାର ୧୪୫ କ୍ୟାସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୮୮ ହଜାର ୬୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।
ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରକୁ ଜଳପ୍ରବେଶକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୮ଟି ଗେଟ୍ ଖୋଲିଛନ୍ତି । ତେବେ ଗୋଟିଏ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ୍ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡିଛି ।