ହିନ୍ଦୁଜା ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା ସଭା ଜରିଆରେ ଦୀପାବଳି ପାଳନ

ଭୁବନେଶ୍ବର, (ଓଡିଶା ଟାଇମ୍) : ହିନ୍ଦୁଜା ପରିବାର ପକ୍ଷରୁ ଅଶି ଦଶକର ଆଦ୍ୟ ଭାଗରେ ଲଣ୍ଡନ ସହରରେ ଦୀପାବଳି ପାଳନ ଆରମ୍ଭ କରାଯାଇଛି । ଏହା ପରଠାରୁ ଲଣ୍ଡନର ପ୍ରତି ିତ ସମାଜର ଏକ ଅବିଚ୍ଛେଦ୍ୟ ସାମାଜିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଏହି ଦୀପାବଳି ପାଳନ ଉତ୍ସବ । ପ୍ରତିବର୍ଷ ଲଣ୍ଡନ ସ୍କୋୟାରକୁ ଦୀପାବଳିରେ ଆଲୋକିତ କରାଯାଏ ।

ଚଳିତ ବର୍ଷ ହିନ୍ଦୁଜା ପରିବାର ପକ୍ଷରୁ ଆୟୋଜନ କରାଯାଇଥିବା ଦୀପାବଳି ପାଳନ ଉତ୍ସବକୁ ଯୁବରାଜ ଚାର୍ଲସ୍ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିିଥିଲେ । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌, ଗୃହ ସଚିବ ପ୍ରୀତି ପଟେଲ୍‌, ବୈଦେଶିକ ମନ୍ତ୍ରୀ ଲର୍ଡ ତାରିକ ଅହମ୍ମଦ, ଲଣ୍ଡନର ମେୟର ସାଦିକ ଖାନ୍‌ଙ୍କ ସମେତ ମହାରାଷ୍ଟ୍ରର ରାଜ୍ୟପାଳ, ଭାରତର ରାଷ୍ଟ୍ରପତି, ବ୍ରିଟେନ୍‌ରେ ଭାରତର ଉଚ୍ଚାୟୁକ୍ତ ସ୍ୱତନ୍ତ୍ର ବାର୍ତା ପ୍ରଦାନ କରିଛନ୍ତି ।
ଚଳିତ ବର୍ଷ କୋଭିଡ୍ ମୁକାବିଲା ପାଇଁ ଲାଗୁ କରାଯାଇଥିବା କଟକଣା ଓ ସାମାଜିକ ଦୂରତ୍ୱ ନିୟମ ଯୋଗୁଁ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ଦୀପାବଳି ପାଳନ କରିବା ସମ୍ଭବପର ହୋଇନାହିଁ ।

ଏହାକୁ ନଜରରେ ରଖି ହିନ୍ଦୁଜା ପରିବାର ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ଏକ ଭର୍ଚୁଆଲ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ଧାର୍ମିକ ମୁଖ୍ୟଙ୍କ ସମେତ କ୍ୟାଂଟରବୁରିର ଆର୍କବିସପ୍ ଅଂଶଗ୍ରହଣ କରିିଥିଲେ । ଏହି ଧାରାକୁ ଆଗକୁ ବଢ଼ାଇବା ଲାଗି ବିଶ୍ୱର ବିଭିନ୍ନ ସ୍ଥାନରେ ରହି ସମସାମୟିକ ଭାରତୀୟ ସଙ୍ଗୀତ ଜଗତର ମହାନ ବ୍ୟକ୍ତିତ୍ୱ ଯଥା କୈଳାସ ଖେର୍‌, ସୋନୁ ନିଗମ, ରାହତ ଫତେହ ଅଲ୍ଲୀ ଖାନ୍‌, ଅନୁପ ଜଲୋଟା, ଶଙ୍କର ମହାଦେବନ, ଶାନ ଏବଂ ଅନୁରାଧା ପଡ଼ୱାଲ୍ ସଙ୍ଗୀତ ପରିବେଷଣ କରିିଥିଲେ । ଲୋକମାନଙ୍କ ମନରେ ସ୍ୱତନ୍ତ୍ର ସକାରାତ୍ମକ ଭାବନା ଜାଗ୍ରତ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଗୀତକୁ କୈଳାସ ଖେର, ସୋନୁ ନିଗମ ଏବଂ ରାହତ ଫତେହ ଅଲ୍ଲୀ ଖାନ୍ ଗାଇଥିଲେ ।

ଏହି ଅବସରରେ ହିନ୍ଦୁଜା ଗ୍ରୁପ୍‌ର ସହ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି ପି ହିନ୍ଦୁଜା କହିଛନ୍ତି ଯେ, “ଭାରତର ଆଲୋକର ପର୍ବ ଦୀପାବଳିର ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି । ଏହି ସମୟରେ ଏକ ପରିବାର ଭାବେ ଆମେ ଭାବୁଛୁ ଯେ ଏହି ଆହ୍ୱାନପୂର୍ଣ୍ଣ ସମୟକୁ ଆମେ ସମସ୍ତେ ସାମ୍ନା କରୁଛୁ ଏବଂ କୋଭିଡ୍ ସାରା ବିଶ୍ୱର ବିଭିନ୍ନ ଦେଶର ଜାଗି, ଧର୍ମ, ଲିଙ୍ଗ, ବର୍ଣ୍ଣ ନିର୍ବିଶେଷରେ ନିୟୁତାଧିକ ଲୋକଙ୍କୁ ପ୍ରଭାବିତ କରିଥିବାରୁ ଏଥର ଉତ୍ସବ ପାଳନ ସ୍ୱାଭାବିକ ହୋଇପାରିବନି । ମୋ ଦିବଗଂତ ବାପା ଆମ ମଧ୍ୟରେ ପ୍ରବେଶ କରାଇଥିବା ମୂଲ୍ୟବୋଧ ଏହା ଥିଲା ଯେ ଆମେ ବାସ କରୁଥିବା କିମ୍ବା ପରିଚାଳିତ ହେଉଥିବା ସମାଜର ସାମଗ୍ରିକ କଲ୍ୟାଣକୁ ସବୁ ବେଳେ କର୍ମ କିମ୍ବା ଉତ୍ସବ ପାଳନ କରିବା ବେଳେ ବିଚାରକୁ ନେବୁ । ଆମେ ଏହାକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବାକୁ ଚାହୁଁଥିଲୁ ଏବଂ କୋଭିଡ୍ କଟକଣା ଭିତରେ ବାନ୍ଧି ହେବାକୁ ଚାହୁନଥିଲୁ । ତେଣୁ ଭାବକୁ ଜାଗ୍ରତ ରଖିବା ଲାଗି ସମସ୍ତଙ୍କ କଲ୍ୟାଣ ପାଇଁ ଏକ ପ୍ରାର୍ଥନା କରିଥିଲୁ ।’’

Leave a Reply

Your email address will not be published.