ପଥଚାରୀଙ୍କ ଉପରେ ମାଡିଗଲା ଡମ୍ପର, ୬ ମୃତ

ନୟାଗଡ଼, (ଓଡିଶା ଟାଇମ୍) : ହାଇଓ୍ବା ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ରାସ୍ତାରେ ଚାଲି ଚାଲି ଯିବା ବେଳେ ପଛରୁ ୬ ଜଣଙ୍କୁ ହାଇଓ୍ବା ଧକ୍କା ଦେଇଥିଲା। ନୟାଗଡ଼ା ଶରଣକୁଳ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଘଟଣା ପରେ ହାଇଓ୍ବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୨ ମହିଳା ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତ ୬ ଜଣଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ଏବଂ ଲୋକମାନେ ରୁଣ୍ଡ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *