ସରକାରଙ୍କୁ ଝଟ୍‌କା: ହାଇକୋର୍ଟ ଲଗାଇଲେ ଅତିରିକ୍ତ ଏସ୍‌ପି ନିଯୁକ୍ତିରେ ରହିତାଦେଶ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :  ରାଜ୍ୟ ସରକାରଙ୍କ ତରବିଆ ନିଷ୍ପତ୍ତିକୁ ଲଗାମ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏକ ମାମଲାର ବିଚାରରେ ହାଇକୋର୍ଟ ଡିଏସ୍‌ପିଙ୍କ ପଦୋନ୍ନତି  ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି)ଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଁଥିରେ ପୂର୍ବ ନିର୍ଦ୍ଧାରିତ ଅଭିଜ୍ଞତା ନିୟମକୁ କୋହଳ କରାଯାଇ ପୂର୍ବରୁ ପ୍ରମୋସନ୍‌ ପାଇଥିବା ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ବା ଏଏସ୍‌ପି ଭାବେ ନିଯୁକ୍ତି କରିବା ଲାଗି ଦରଖାସ୍ତ ଆହ୍ୱାନ କରାଯାଇଥିଲା। ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ପ୍ରାର୍ଥନା କରାଯାଇଥିଲା।

ହାଇକୋର୍ଟ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଛନ୍ତି।  ପ୍ରମୋଟିଙ୍କ କ୍ଷେତ୍ରରେ ୩ବର୍ଷର ଅଭିଜ୍ଞତା ବାଧ୍ୟତାମୂଳକ ଥିବାବେଳେ ଏହାକୁ ଓପିଏସ୍‌ସି ୬ମାସ ହ୍ରାସ  କରିଥିଲେ।

Leave a Reply

Your email address will not be published. Required fields are marked *