ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି; ମୃତ୍ୟୁକଙ୍କର ହେବନି କରୋନା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଉ  ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ମୃତ୍ୟୁବରଣ କରିଥିବା କୋଭିଡ-୧୯ ପଜିଟିଭ ରୋଗୀଙ୍କ ମୃତ୍ୟୁ ରିପୋର୍ଟ, ବେଡ ଟିକେଟ, ଡାକ୍ତରୀ ତଦନ୍ତ ରିପୋର୍ଟ, କୋଭିଡ ପରୀକ୍ଷା ସ୍ଥିତି ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ। ଏହା ସହିତ ରୋଗୀଙ୍କ ଆଡମିଶନ ବେଳେ ତାଙ୍କର ପୂର୍ବ ରୋଗ, ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published.