ଲଗାଣ ବର୍ଷାରେ ବେହାଲ ହାଇଦ୍ରାବାଦ
ହାଇଦ୍ରାବାଦ, (ଓଡିଶା ଟାଇମ୍) : ହାଇଦ୍ରାବାଦରେ ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ହୋଇଛି। ଏହା ଦ୍ବାରା ସାଧାରଣ ଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ଘର ତଥା ହସପିଟାଲରେ ପାଣି ପଶିଯାଇଛି। ଏହା ସହ କ୍ଷେତରେ ପାଣି ପଶିଯିବାରୁ ଫସଲ ନଷ୍ଟ ହୋଇଛି। ଏବେ ସୁଦ୍ଧା ବର୍ଷାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କାନ୍ଥ ଭୁଷୁଡି ୯ ଜଣ ପ୍ରାଣ ହରାଇଛନ୍ତି। ସେଥିରେ ଜଣେ ଶିଶୁ ମଧ୍ୟ ସାମିଲ ଅଛି।
ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଣି ବର୍ଷା ଆଶଙ୍କା ଥିବାରୁ ହାଇଦ୍ରାବାଦ ସମେତ ପୂରା ତେଲେଙ୍ଗାନାକୁ ରେଡ ଆଲର୍ଟ ଜାରି କରାଯାଇଛି। ତେଲେଙ୍ଗାନା ମୁଖ୍ୟ ସଚିବ ସୋମେଶ କୁମାର କହିଛନ୍ତି ସୁବ ଜିଲ୍ଲାକୁ ପ୍ରଶାସନ ଆଲର୍ଟ କରିଛି। ହାଇଦ୍ରାବାଦରେ ୨୪ ଘଣ୍ଟାରେ ୨୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି।