ରାଜ୍ୟରେ ଆଉ ୪ ଦିନ ପ୍ରବଳ ବର୍ଷବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ଼ର ଉତ୍ତରାଞ୍ଚଳ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାଛଡ଼ା ଉତ୍ତରପୂର୍ବ ବିହାରରୁ ଓଡ଼ିଶାର ଉତ୍ତର ଉପକୂଳ ପର୍ଯ୍ୟନ୍ତ ଉତ୍ତରରୁ ଦକ୍ଷିଣରେ ଏକ ଟ୍ରଫଲାଇନ ରହିଛି। ଏହାର ପ୍ରଭାବରେ ମୌସୁମି ସକ୍ରିୟ ରହିବା ସହିତ ଗତ ୨୪ଘଣ୍ଟାରେ ଚାନ୍ଦବାଲି, ପାରାଦ୍ବୀପ, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ଼, ତାଳଚେର ଭବାନିପାଟଣା, ନୟାଗଡ଼, ଟିଟିଲାଗଡ଼, ଦାରିଙ୍ଗବାଡ଼ି ସମେତ ଅନ୍ୟ କେତେକ ଜିଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇଛି।

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨ ତାରିଖରୁ ଅଧିକ ବର୍ଷାର ସମ୍ଭାବନା ଥିବା ବେଳେ ୩ ଓ ୪ରେ ରାଜ୍ୟର କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବୁଲେଟିନରେ କୁହାଯାଇଛି।

ଏନେଇ ଆସନ୍ତା ୪ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ‌ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଟକ, ନୂଆପଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି।

Leave a Reply

Your email address will not be published. Required fields are marked *