ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲା ସାବଧାନ୍! ଭୀଷଣ ବର୍ଷିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲାକୁ ସତର୍କ ସୂଚନା । ଆଜି ପାତି ୮ଟା ୪୦ ମିନିଟ୍ ସୁଦ୍ଧା ଭୀଷଣ ବର୍ଷା ଓ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ୫୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏଥିପାଇଂ ୧୦ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଏନେଇ ୧୦ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ସେହି ୧୦ ଜିଲ୍ଲା ମଧ୍ୟରେ – କଳାହାଣ୍ଡି, ରାୟଗଡା, କନ୍ଧମାଳ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର, ଗଞ୍ଜମା, ଗଜପତି, ନୟାଗଡ ଓ କୋରାପୁଟ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।