ହାଥରସ ଗଣଦୁଷ୍କର୍ମ: ଶୁଣାଣି ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ଗଲେ ପୀଡ଼ିତାଙ୍କ ପରିବାର
ଲକ୍ଷ୍ନୌ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଥରାସ୍ ମାମଲାର ଶୁଣାଣି ହେବ। ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିବ ୟୁପି ପୋଲିସ । ଏଥିପାଇଁ ପରିବାରର ପାଞ୍ଚଜଣ ସଦସ୍ୟ ଏବଂ କିଛି ସମ୍ପର୍କୀୟ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି । ସମସ୍ତଙ୍କୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷାରେ ନିଆଯାଉଛି । ସ୍ଥାନୀୟ ଏସଡିଏମ୍ ଅଧିକାରୀ ମଧ୍ୟ ରହିଛନ୍ତି ।
ସେପଟେ ମାମଲାର ସିବିଆଇ ଛାନଭିନ ଚଳାଇଛି । ଘଟଣାର ତଦନ୍ତଭାର ନେବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରଛି ସିବିଆଇ । ସିବିଆଇ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । କେବଳ ଗଣଦୁଷ୍କର୍ମ ନୁହେଁ ଅପରାଧିକ ଷଡ଼ଯନ୍ତ୍ର, ହିଂସାତ୍ମକ କାଣ୍ଡ, ରାଜନୈତିକ ଉଦ୍ଦେଶ୍ୟ ନେଇ ମଧ୍ୟ ତଦନ୍ତ କରିବ ସିବିଆଇ । ଗତ ସେପ୍ଟେମ୍ବର ୧୪ରେ ହାଥରସରେ ଜଣେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।
ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଆଖି ବୁଜି ଥିଲେ ପୀଡିତା । ଘଟଣାରେ ପ୍ରଥମେ ହାଥରାସ ପୋଲିସ, ପରେ ଏସଆଇଟି ଏବଂ ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ପରିବାର ପ୍ରତି ବିପଦ ଥିବା ଉତ୍ତରପ୍ରଦେଶ ପୋଲିସକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ପରିବାର ସୁରକ୍ଷାରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।