ଅଧିକ ସମୟ ବସି କାମ କରୁଛନ୍ତି କି ? ସାବଧାନ !
(ଓଡିଶା ଟାଇମ୍) : ଅଫିସ୍ରେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି କାମ କରୁଛନ୍ତି କି ? ଯଦି ହଁ, ତେବେ କିଛି ସାବଧାନତା ଅବଲମ୍ବନ କରନ୍ତୁ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଆପଣଙ୍କ ମସ୍ତିଷ୍କ ଉପରେ ଗୁରୁତର ପ୍ରଭାବ ପକାଇ ପାରେ। ଏପରିକି ଆପଣଙ୍କ ସ୍ମରଣଶକ୍ତି ହ୍ରାସ ପାଇବାର ଆଶଙ୍କା ମଧ୍ୟ ରହିଛି। ଏକ ସର୍ଭେରୁ ଜଣାପଡ଼ିଛି, ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ପାଇଁ ହାନିକାରକ ହୋଇପାରେ। ଯଦି ଆପଣ ପ୍ରତି ଅଧ ଘଣ୍ଟାଏରେ ଥରେ ଉଠି ଦୁଇ ମିନିଟ୍ ପାଇଁ ବୁଲାବୁଲି କରିବେ ତେବେ ଆପଣଙ୍କ ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍ ରହିବ।
ମସ୍ତିଷ୍କରେ ରକ୍ତ ସଂଚାର ହେବା ଏକ ସାଧାରଣ ପ୍ରକ୍ରିୟା। ଏହା ସୁସ୍ଥ ଜୀବନ ପାଇଁ ନିହାତି ଆବଶ୍ୟକ। ଏହି ରକ୍ତ ସଂଚାଳନ ଯୋଗୁ ହିଁ ମସ୍ତିଷ୍କ ସବୁ କିଛି ଚିହ୍ନିଥାଏ। ମସ୍ତିଷ୍କର କୋଷିକାକୁ ଅକ୍ସିଜେନ୍ ଓ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ ଓ ଏହା ରକ୍ତ ସଂଚାଳନ ଯୋଗୁ ମିଳିଥାଏ। ହେଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିଲେ ଏହି ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।ଏହା ପଶୁ ଓ ମଣିଷଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।