ତରକାରୀର ସ୍ୱାଦ ବଢାଇବା ସହ ଏହି ସବୁ ସମସ୍ୟା ଦୂର କରେ ଟମାଟୋ
(ଓଡିଶା ଟାଇମ୍) : ସବୁ ଋତୁରେ ପ୍ରାୟ ଟମାଟୋ ମିଳେ । ପ୍ରାୟତଃ ସବୁ ତରକାରୀରେ ଟମାଟୋ ପକାଇବାକୁ ସମସ୍ତେ ଭଲ ପାନ୍ତି । ତେବେ ଟମାଟୋ ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ ରହିଥାଏ । ଯାହା ସାହାଯ୍ୟରେ ଆମକୁ ଲାଭ ମିଳେ । ଜାଣନ୍ତୁ ଟମାଟୋର କେତେକ ଲାଭଦାୟକ ଗୁଣ-
ତ୍ୱଚା ପାଇଁ – ଟମାଟୋକୁ ତ୍ୱଚାକୁ ଚିକ୍କଣ କରିବା ପାଇଁ ବ୍ୟବହାର କରାଯାଏ । କାରଣ ଏଥିରେ ଲିକୋପିନ ରହିଛି । ୍ାହାକି ସୂର୍ଯ୍ୟଙ୍କର ହାନିକାରକ କିରଣରୁ ରକ୍ଷା କରେ ।
ହୃତପିଣ୍ଡ ସୁସ୍ଥ ରୁହେ– ଟାମଟରେ ଫାଇବର, ପୋଟାସିୟମ, ଭିଟାମିନ ସି ଏବଂ କୋଲିନ ରହିଥାଏ । ଯାହାକି ହୃତପିଣ୍ଡକୁ ସୁସ୍ଥ ରଖେ । ପୋଟାସିୟମର ମାତ୍ରା ଅଧିକ ହେବା କାରଣରୁ ଏହା ବିଭିନ୍ନ ରୋଗରୁ ରକ୍ଷା କରେ ।
କ୍ୟାନସର ମୁକ୍ତକାରୀ – ଟମାଟୋରେ ଲାଇକୋପିନ ଏବଂ ବିଟା କୈରୋଟିନ ରହିଛି । ଯାହାକି ପ୍ରୋଷ୍ଟେଟ କ୍ୟାନସରର ବିପଦ ମୁକ୍ତ କରେ ।
ଗର୍ଭାବସ୍ଥାରେ ସହାୟକ – ଟମାଟୋରେ ବହୁ ପୋଷକ ତତ୍ୱ ରହିଛି । ଯାହାକି ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଲାଭଦାୟକ । ସୁସ୍ଥ ଶିଶୁ ପାଇଁ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ପୋଷକ ଆବଶ୍ୟକ । ଟମାଟୋରେ ଏହା ଭରପୁର ରହିଛି ।