ଜୁଲାଇ ଦ୍ବିତୀୟ ସପ୍ତାହରେ କମିଯିବ ସଂକ୍ରମଣ, ୧୦ ଜିଲ୍ଲାରେ ଟିକେ ସମୟ ଲାଗିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର, (ଓଡିଶା ଟାଇମ୍): ଜୁଲାଇ ଦ୍ବିତୀୟ ସପ୍ତାହରେ ସଂକ୍ରମଣ କମିଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ୧୦ ଜିଲ୍ଲାରେ କମିବାକୁ ଟିକେ ସମୟ ଲାଗିବ । ବ୍ଲାକ୍ ଫଙ୍ଗସ୍ ଆମକୁ ନେଗେଟିଭଲି ଆଫେକ୍ଟ କରିନି । କରିବାର ସମ୍ଭାବନା କମ୍ । ଫଙ୍ଗସ୍ ସବୁବେଳେ ଅଛି । ଏହାକୁ କେବଳ କୋଭିଡ୍ ସହ ଯୋଡିବା ଠିକ୍ ନୁହଁ । ଇମ୍ୟୁନିଟି କମ୍ ରହିଲେ ଯେ କୌଣସି ଫଙ୍ଗସ୍ ଆଟାକ୍ କରିବ ।
ସେ ଆହୁରି କହିଛନ୍ତି ଯେ, ମେ’ ମାସରୁ ଆଜି ଯାଏଁ ଜେନମ୍ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ୍ ବାହାରିନି । ସାମ୍ପଲର ୫ ପ୍ରତିଶତ କେବଳ ଜେନମ୍ ସିକ୍ୟୁଏନ୍ସିଂ ହୋଇଥାଏ । ଯେତେବେଳ ଯାଏଁ କୌଣସି ଅଞ୍ଚଳରେ ଦେଖା ଯାଇନାହିଁ ଆମେ ଆତଙ୍କିତ ହେବା ନାହିଁ । ‘ବି’ କାଟେଗୋରୀ ଜିଲ୍ଲା ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ । ଯେଉଁ ଜାଗାରେ ଲୋକ ମାନୁନାହାନ୍ତି ସେଠାରେ ପ୍ରଶାସନ ଗୁରୁତର ଭାବେ ନେଉଛି । ରାଜ୍ୟକୁ ଭ୍ୟାକ୍ସିନ ଯଥେଷ୍ଟ ଆସୁ ନଥିବାରୁ ଟିକାରରଣ କରିପାରୁନୁ । ନୂଆ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି l