ଖାଇବା ସମୟରେ ଖାଆନ୍ତୁ ପିଆଜ, କ୍ୟାନସର, ହୃଦଘାତ ଭଳି ମାରାତ୍ମକ ରୋଗରୁ ପାଇବେ ମୁକ୍ତି
(ଓଡିଶା ଟାଇମ୍) :ଖାଦ୍ୟ ଖାଇବା ସମୟରେ ପିଆଜ ଖାଇବା ଲାଭ ଦାୟକ ହୋଇଥାଏ । କଂଚା ପିଆଜ ଖାଇବା ଦ୍ୱାରା କିଛି ବି ରୋଗ ହୋଇନଥାଏ । ଏବେ କଂଚା ପିଆଜର ଔ୍ୟଷଧୀୟ ଗୁଣର ଖୁଲାସା ହୋଇଛି । ପିଆଜ ଖାଇବା ଦ୍ୱାରା କ୍ୟାନସର, ଉଚ୍ଚରକ୍ତା ଚାପ, ହୃଦଘାତ ଭଳି ମାରାତ୍ମକ ରୋଗ ହୋଇନଥାଏ । ପିଆଜ ସ୍ଲିନ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏବଂ ପାଚନ କ୍ରିୟା ମଧ୍ୟ ଠିକ ଭାବରେ ହୋଇଥାଏ । ପିଆଜରେ ସଲଫର ଯୌଗିକ ରହିଛି ସେଥିପାଇଁ ଏହା ଆମ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଆଜି ଆମେ ଜାଣିବା ପିଆଜ ଖାଇବାର ଉପକାରିତା ବିଷୟରେ –
ପିଆଜ ଖାଇବା ଦ୍ୱାରା କ୍ୟାନସର ହୋଇନଥାଏ
-ପିଆଜରେ କ୍ୟାନସର ସେଲକୁ ନଷ୍ଟ କରିବାର ଗୁଣ ରହିଥାଏ ।
-ପିଆଜ ଶରାରରେ କ୍ୟାନସର ସେଲକୁ ବଢାଇବାକୁ ଦେଇନଥାଏ ।
-ପିଆଜ ଖାଉଥିବା ଲୋକଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା କମ ହୋଇଥାଏ ।
ପିଆଜ ଖାଇବା ଦ୍ୱାରା ହାର୍ଟହାର୍ଟାକ(ହୃଦଘାତ) ହୋଇନଥାଏ
-ପିଆଜ ଆପଣଙ୍କ ହୃଦୟ ପାଇଁ ବହୁତ ଉପଯୋଗୀ ହୋଇଥାଏ ।
-ଏହା ହାର୍ଟହାର୍ଟାକ ଭଳି ମାରାତ୍ମକ ରୋଗକୁ କମ କରିଥାଏ ।
-ଏହା ଆପଣଙ୍କ ରକ୍ତକୁ ପତଳା କରିଥାଏ ।
ପିଆଜ ଆପଣଙ୍କର ବ୍ଲଡ ପ୍ରେସର(ଉଚ୍ଚ ରକ୍ତଚାପ)କୁ କମ କରିଥାଏ
-ପିଆଜ ଆପଣଙ୍କ ବ୍ଲଡ ସୁଗାରର ସ୍ତରକୁ କମ କରିଥାଏ ।
-ପିଆଜ ପାଚନ ପ୍ରକିୟାରେ ସହାୟକ ହୋଇଥାଏ ।
-ଏହା ଆପଣଙ୍କର ଆଖି ପାଇଁ ଲାଭକାରୀ ହୋଇଥାଏ ।
-ଆଖି ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ କଂଚା ପିଆଜ ଲାଭକାରୀ ହୋଇଥାଏ ।
-ପିଆଜରେ ଭିଟାମିନ ସି ରହିଥାଏ ।
-ଏଥିରେ ପ୍ରୋଚିନ ଏବଂ ପୋଟାସିୟମ ମାତ୍ରା ରହିଛି ।
-ପିଆଜ ତ୍ୱଚା ସହ କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ।